Home ଓଡ଼ିଶା ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରଲର : ଜଣେ ମୃତ ଦୂର୍ଘଟଣାରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଲା – ବିଦ୍ୟୁତ ସରବରାହ ବିଚ୍ଛିନ୍ନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ଆରଏମସି ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଦୂର୍ଘଟଣା ଘଟି ଟ୍ରାକ୍ଟର ଚାଳକ ତଥା ମାଲିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ପିତଳ ଗ୍ରାମ ଦେଶୀବେହେରା ସାହିର ଲବ ବେହେରା (୩୯) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୭୬୪/୨୪ରେ ଏକ ମାମଲା ରୁଜୁ କରି ମୃତଦେହ ଜବତ କରି ଶୁକ୍ରବାର ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି । ବ୍ୟବଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରିବା ସହ ଟ୍ରଲର ଚାଳକଙ୍କୁ ଥାନାରେ ଅଟକ ରଖି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଏସ.ଆଇ. ତଥା ତଦନ୍ତକାରୀ ଅଧିକାରୀ ସୁରେଶ ସାହୁଙ୍କ ସୂତ୍ରରୁ ପ୍ରକାଶ । ଘଟଣା ମୂତବକ, ଗୁରୁବାର ରାତ୍ର ପ୍ରାୟ ୧୧ ଘଣ୍ଟା ସମୟରେ ହିଞ୍ଜିଳି ଥାନା ବୁଗୁଡାପଲ୍ଲୀ ଅଞ୍ଚଳର ଏକ କ୍ରସରରୁ ଗୁଡି ବୋଝେଇ କରି ଏକ ଟ୍ରାକ୍ଟର (ଓଡି୦୭କ୍ୟୁ ୬୨୦୯)ହିଞ୍ଜିଳି ଅଭିମୁଖେ ଯାଉଥିଲା । ସେହି ସମୟରେ ଆସିକା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଯାଉଥିବା ଏକ ମାର୍ବଲ ବୋଝେଇ ଟ୍ରଲର (ଜିଜେ୦୧ ଜେଟି ୨୭୨୮) ଟ୍ରାକ୍ଟରକୁ ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ଆରଏମସି ଛକ ନିକଟରେ ଧକ୍କା ଦେବା ସହ ରାଜପଥ ପ୍ୱାଶ୍ୱର୍ରେ ଥିବା ଏକ ବିଦ୍ୟୁଥ ଖୁଣ୍ଟ ସହ ଧକ୍କା ଘଟିଥିଲା । ଦୂର୍ଘଟଣାସ୍ଥଳରେ ହିଁ ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ହିଞ୍ଜିଳି ପୁଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟାରମ୍ଭ କରିଥିଲେ । ବିଦ୍ୟୁତ ବିଭାଗୀୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ସାରା ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । କ୍ରେନ ସହାୟତାରେ ରାଜପଥ ଉପରୁ ଗାଡିକୁ ହଟାଇବା ସହ ଚାଳକଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026