୧୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ କିଛି ବର୍ଷ ହେବ ଜଣେ ବ୍ୟକ୍ତି ଶିକ୍ଷା ଦେବା ନା ରେ ଆସି ରହିବା ପରେ ଅନୁସୂଚିତ ଆଦୀମ ଜନଜାତି, ଜନଜାତି ଓ ଜାତି ବର୍ଗର ଲୋକଙ୍କୁ ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ନେଇ ଉଷାବାଲି ଗ୍ରାମର ଶତାଧିକ ଯୁବକ ବେଲଘର ଥାନାର ଦ୍ବାରସ୍ଥ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ହେଲା ମଣିପୁର ରାଜ୍ୟର ଜଣେ ବ୍ୟକ୍ତି ଦୀର୍ଘ ୧୦ବର୍ଷ ହେବ ଏହି ଅଞ୍ଚଳକୁ ଆସି ଅଶିକ୍ଷିତ ଅନୁସୂଚିତ ଆଦୀମ ଜନଜାତି, ଜନଜାତି ଓ ଜାତି ବର୍ଗର ଲୋକଙ୍କୁ ଶିକ୍ଷା ପ୍ରଦାନ କରିବା ନେଇ ଲୋକଙ୍କୁ ବୁଝାଇ ତରଲଙ୍ଗି ଠାରେ ରହିବା ଆରମ୍ଭ କରିଥିଲା ।
