ବେଳାଭୂମି ରେ ମଦ କୁଡ଼ିଆ ବନ୍ଦ ନିଷ୍ପତ୍ତି ପାଇଁ ବିଜୟ ଉତ୍ସବ

୧୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :->  ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ବି ଆଉ ଖୋଲିବନି ମଦ ଦୋକାନ। ଧାର୍ମିକ ଅନୁଷ୍ଠାନର ୫ କିଲୋମିଟର ପରିଧି ମଧ୍ୟରେ ମଦ ଦୋକାନ ନ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି କୁ ସ୍ଵାଗତ।ତୀର୍ଥକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚ ପକ୍ଷରୁ ଗତ ୧୧ ତାରିଖ ର ସିଂହଦ୍ଵାର ନିକଟରେ ରାଜ୍ୟ ସରକାରଙ୍କ ଦ୍ବାରା ପବିତ୍ର ବେଳାଭୂମିରେ ମଦର କୁଡିଆ ନିର୍ମାଣ ନିଷ୍ପତି ବିରୋଧରେ, ପବିତ୍ର ପୁରୀ ର ଐତିହ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସୁରକ୍ଷା,

ପବିତ୍ର ମହୋଦଧି ସୁରକ୍ଷା ଓ ଅପସଂସ୍କୃତି ବିରୋଧରେ ୫୦ ରୁ ଉର୍ଦ୍ଧ ସଂଗଠାନ ରାଜ୍ୟ ସରକାରଙ୍କ ପବିତ୍ର ମହୋଦଧିରେ ପ୍ରସ୍ତାବିତ ମଦ କୁଡ଼ିଆ ଯୋଜନା ନିଷ୍ପତି ପ୍ରତ୍ୟାହାର ପରୀପ୍ରେକ୍ଷୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମିଳିତ ମଞ୍ଚ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯିବା ସହ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଦାବୀପତ୍ର ଦିଆ ଯାଇଥିଲା । ଆଜି ରାଜ୍ଯ ସରକାରଙ୍କ ମଦ କୁଡ଼ିଆ ନିଷ୍ପତି ପ୍ରତ୍ୟାହାର ପରୀପ୍ରେକ୍ଷୀରେ ମହାପ୍ରଭୂ ଶ୍ରୀ ପତିତପାବନଙ୍କ ନିକଟରେ ପ୍ରଦିପ ପ୍ରଜ୍ୟୋଳନ ପୂର୍ବକ ବିଜୟ ଉତ୍ସବ ପାଳନ ଓ ମିଠା ବଣ୍ଟନ ପରେ ସ୍ବାମୀ ବିବେକାନନ୍ଦ ଙ୍କ ନିକଟରେ ପ୍ରଦିପ ପ୍ରଯୋଳନ ଓ ମୋହଦାଧି କୁଳରେ ଦୀପଦାନ ମୋହଦାଧିର ପବିତ୍ରତା ,ଆମିଷ ମୁକ୍ତ ବଡ଼ଦାଣ୍ଡ ଓ ମଦ ମୁକ୍ତ ଶ୍ରୀକ୍ଷେତ୍ର ନିମନ୍ତେ ସମୁହ ପର୍ଥାନା।

ମିଳିତ ମଞ୍ଚର ଆବାହକ ସ୍ଵାଧୀନ କୁମାର ପଣ୍ଡା ଙ୍କ ନେତୃତ୍ୱରେ ସ୍ତମ୍ବକାର ହରିଶଙ୍କର ମିଶ୍ର, କୁମାର ଉତ୍ସବ ସମିଟି ସଭାପତି ରାଜେଶ ମିଶ୍ର,ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ସଂପାଦକ ଚକ୍ରଧର ମହାପାତ୍ର, ଉତ୍କଳ ବିଦ୍ୱୋତ ପାରିଷଦ ଆବାହକ ମନୋଜ ରଥ,ଶ୍ରୀଜଗନ୍ନାଥ ଭକ୍ତ ପାରିଷଦ ଅବହାକ ସୂର୍ଯ୍ୟ ନାରାୟଣ ରଥ, ଶିଶୁ ସମାଚାର ସଂପାଦକ ସୁକାନ୍ତ ପଣ୍ଡା, ସ୍ଵେଚ୍ଛାସେବୀ ସମିର ସାମନ୍ତରା, ତ୍ରିଲୋଚନ ଦାସ , ଜିଲ୍ଲା କିନ୍ନର ସଂଘ ର କର୍ମକର୍ତ୍ତା, ପୂର୍ବତନ ବାୟୁ ସେନା ଅଧିକାରି ପବିତ୍ର ମୋହନ ଦଳେଇ, ଶୁଭେନ୍ଦୁ ମହାପାତ୍ର ଆଦି ଉପସ୍ଥିତ ଥିଲେ।

Exit mobile version