୧୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ରାଜ୍ୟ ସରକାରଙ୍କ ନିର୍ଦେଶ ପ୍ରକାରେ ଗଜପତିବାସୀଙ୍କୁ ସୁଭଦ୍ରା ଯୋଜନାର ସଚେତନତା କରିବା ପାଇଁ ଗଜପତି ଜିଲ୍ଲାରେ ବୁଲୁଛି ସୁଭଦ୍ରା ସଚେତନତା ରଥ । ଏଇ କିଛିଦିନ ହେଲା ରଥ ବାହାରି କେତେକ ବ୍ଳକର ଗାଁ ଗାଁ ଓ ପଞ୍ଚାୟତ ବୁଲି ସାରିଲାଣି । ସମସ୍ତ ଜନସାଧାରଣଙ୍କୁ ସଚେତନତା କରିବା ଲକ୍ଷ ନେଇ ଏହି ରଥ ବୁଲୁ ଥିବାବେଳେ କିଛି ପ୍ରଶାସନକ ଅଧିକାରୀଙ୍କ ଅବହେଳା ପାଇଁ ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ରାମଗିରି ଠାରେ ଗଡି ପାରିଲାନି ରଥ ।
