Home ଓଡ଼ିଶା ଘଟଣା ଘଟିଲେ ବୁଦ୍ଧି ପସିବ ସରକାରଙ୍କୁ : ନିଘୋଡ଼ ନିଦ୍ରାରେ ଜିଲ୍ଲା ଶ୍ରମ ଅଧିକାରୀ – ବିନା ହେଲମେଣ୍ଟରେ ଚାଲିଛି କାର୍ଯ୍ୟ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା : ନୟାଗଡ଼ ର ବିଭିନ୍ନ ସ୍ଥାନରେ ହେଉଥିବା ପାନୀୟ ଜଳ ପ୍ରକଳ୍ପ ୧୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ନୟାଗଡ଼ ର ବିଭିନ୍ନ ସ୍ଥାନରେ ହେଉଥିବା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ନିର୍ମିତ ହେଉଥିବା ର ସୁ – ଉଚ୍ଚ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ଜୀବନ ସଂଗେ ଖେଳ ଖେଳୁଛନ୍ତି ଠିକାଦାର । ଶ୍ରମିକ ମାନକଂ ସୁରକ୍ଷା ପ୍ରତି ସଂପୂର୍ଣ୍ଣ ଭାବରେ ବେପରୁଆ ମନୋଭାବ ନେଇ କାର୍ଯ୍ଯ କରୁଛନ୍ତି ଠିକାଦାର । ପ୍ରାପ୍ତ ସୂଚନା ମୁତାବକ ନୟାଗଡ଼ ଜିଲ୍ଲା ର ଇଟାମାଟି ଗ୍ରାମ ମେଡିକାଲ ପଡିଆ ଠାରେ ନିର୍ମାଣ ଚାଲିଥିବା ସୁ – ଉଚ୍ଚ ପାଣି ଟାଂକି ରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ବିନା ହେଲମେଣ୍ଟ , ବିନା ଜୀବନ ରକ୍ଷାକାରୀ ଜ୍ୟାକେଟ୍ ଓ ବିନା ସୁରକ୍ଷା ବାଡରେ ଅତି ବିପଦପୂର୍ଣ୍ଣ ଭାବରେ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । ଏଥିରୁ ଷ୍ପଷ୍ଟ ଅନୁମେୟ, ଠିକାଦାରଙ୍କ ଲାଭଖୋର୍ ମନୋବୃତ୍ତି ଓ ଶ୍ରମ ଅଧିକାରୀ କଂ ଭିତରେ ମଧୁଚନ୍ଦ୍ରୀକା ଯୋଗୁଁ ଶ୍ରମ ଅଧିକାରୀ ଏଥିପ୍ରତି ଆଖି ବୁଜି ଦେଇଛନ୍ତି । ଯଦି କିଛି ଦୁର୍ଘଟଣା ଘଟେ ତେବେ ସେଥିପାଇଁ କିଏ ଦାୟୀ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ, ସାଧାରଣରେ ଦାବି ହେଉଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା by Proprietor Abhimanyu Maharana October 4, 2026 ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟଜଳର ସୁବିଧା: କ୍ରିଦାଶପୁର ହାଇସ୍କୁଲକୁ ରୋଟାରୀ କ୍ଲବ୍ର ଆକ୍ୱାଗାର୍ଡ ଉପହାର by Proprietor Abhimanyu Maharana October 4, 2026 ଇଟାମାଟିରେ ରକ୍ତଦାନ ଶିବିର by Proprietor Abhimanyu Maharana October 4, 2026 ନୟାଗଡ଼ରେ ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ପାଳିତ by Proprietor Abhimanyu Maharana October 4, 2026 ରଣଜୀ ଟ୍ରଫି ପାଇଁ ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଭାରତୀୟ ରେଳ କ୍ରିକେଟ୍ ଦଳ ଚୂଡ଼ାନ୍ତ by Proprietor Abhimanyu Maharana October 4, 2026 ଜଳ ଅର୍ପଣ ଦିବସ ପାଳିତ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ଜାତୀୟ ସ୍ତରରେ ବେଲଗାଁ ପଞ୍ଚାୟତ ପୁରସ୍କୃତ : ମୁଖ୍ୟ ଅତିଥି by Proprietor Abhimanyu Maharana October 3, 2026