୧୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତର ସର୍ବବୃହତ ସ୍କୁଲ ଏଡଟେକ କମ୍ପାନି ଲିଡ ଗୁପ ପକ୍ଷରୁ ଟେକବୁକର ଶୁଭାରମ୍ଭ କରାଯାଇଛି ଯାହା ପାରମ୍ପରିକ ପୁସ୍ତକ ଶିକ୍ଷାଦାନକୁ ବଦଳାଇବ । ସ୍କୁଲ ପିଲାମାନଙ୍କ ପାଠପଢ଼ାରେ ରହିଥିବା ଆହ୍ୱାନକୁ ତିନି ପ୍ରକାର ପ୍ରଯୁକ୍ତି ଓ ଏନସିଏଫ ଅନୁଯାୟୀ ପ୍ରସ୍ତୁତ ପାଠ୍ୟକ୍ରମ ଜରିଆରେ ଏହା ମୁକାବିଲା କରିବ । ଲିଡର ସହ ପ୍ରତିଷ୍ଠାତା ଓ ସିଇଓ ସୁମିତ ମେହେଟ୍ଟା କହିଛନ୍ତି ଯେ, ‘ଶତାବ୍ଦି ଧରି ପାଠ୍ୟପୁସ୍ତକ ଶ୍ରେଣୀ ଗୃହରେ ପ୍ରାଥମିକ ଶିକ୍ଷାଦାନ ଉପକରଣ ହୋଇରହିଥିବା ବେଳେ ସାରା ବିଶ୍ୱରେ ଏଆଇ ତଥା ଏଆର/ଭିଆର ଯୋଗୁଁ ପର୍ସନାଲାଇଜଡ, ମଲଟିମୋଡାଲ ଓ ଗେମିଂ ଭିତିକ ଅନୁଭୂତି ବିଭିନ୍ନ ଶିଳ୍ପରେ ପ୍ରଚଳନ ହୋଇଛି ।
