Home ଓଡ଼ିଶା ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍ଯାପିତ ସମ୍ମାନ ବିତରଣ ସହିତ ଓଡ଼ିଶୀ ନୃତ୍ୟ ‘ତନ୍ତ୍ର’ରେ ଦର୍ଶକ ବିଭୋର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଆଜି ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍ଯାପିତ ହୋଇଯାଇଅଛି । ଛଅଦିନ ଧରି ଅନୁଷ୍ଠିତ ଚମତ୍କାର ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ଉପସ୍ଥାପନା ପରେ ସପ୍ତମ ସଂଧ୍ୟାରେ ସମ୍ମାନ ବିତରଣ ସମାରୋହ ସହିତ ସୃଜନ ଅନୁଷ୍ଠାନ ଦ୍ୱାରା ଓଡ଼ିଶୀ ନୃତ୍ୟାଭିନୟ ‘ତନ୍ତ୍ର’ରେ ଶେଷ ହୋଇଥିଲା । ଉଦ୍ଯାପନୀ ଉତ୍ସବର ଅତିଥିମାନେ ଥିଲେ ଭାରତ ସରକାରଙ୍କ ସଙ୍ଗୀତ ନାଟକ ଏକାଡେମୀ ଓ ଡବ୍ଲୁ୨୦ ଓ ଜି୨୦ ଅଧ୍ୟକ୍ଷା ତଥା ବିଶିଷ୍ଟ ଭରତନାଟ୍ୟମ୍ ନୃତ୍ୟାଙ୍ଗନା ଶ୍ରୀମତୀ ସନ୍ଧ୍ୟା ପୁରେଚା; ବିଶିଷ୍ଟ ସିନେମା ଓ ଟେଲିଭିଜନ୍ ଅଭିନେତ୍ରୀ ଶ୍ରୀମତୀ ମହାଶ୍ୱେତା ରାୟ ଏବଂ ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କଳା, ଯୋଗାଯୋଗ ଓ ଇଣ୍ଡିଜ ଷ୍ଟଡିଜ୍ ଅଧ୍ୟାପକ ଗୁରୁ ରତିକାନ୍ତ ମହାପାତ୍ର । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଭାରତ ଓ ବିଶେଷ କରି ଓଡ଼ିଶାର ସମୃଦ୍ଧ ଏବଂ ବିବିଧ ସାଂସ୍କୃତିକ ପରିବେଶର ଚାରି ଜଣ ପ୍ରତିଷ୍ଠିତ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱଙ୍କୁ ଶାଲିମାର ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ୨୦୨୪ ରେ ସମ୍ମାନିତ କରି ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଓଡ଼ିଶୀ ନୃତ୍ୟରେ ଅତୁଳନୀୟ ଅବଦାନ ପାଇଁ ଶ୍ରୀମତୀ କୁମକୁମ ଲାଲ, ସଙ୍ଗୀତ କ୍ଷେତ୍ରରେ ଜୀବନବ୍ୟାପୀ ସଫଳତା ପାଇଁ ଗୁରୁ ଲକ୍ଷ୍ମୀକାନ୍ତ ପାଲିତ, ବାଦ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ଓଡ଼ିଆ ସିନେମା ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ଉତ୍ତମ ମହାନ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ଶାଲିମାର ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ ୨୦୨୪ ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ୪୦ ବର୍ଷରୁ କମ୍ ବୟସର ୪ ଜଣ ପ୍ରତିଭାବାନ କଳାକାରଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଓଡ଼ିଶୀ ନୃତ୍ୟ ପାଇଁ ପମ୍ପି ପାଲ୍ ଓ ରାଜନୀତା ମେହେର, କୁଚିପୁଡ଼ି ନୃତ୍ୟ ପାଇଁ ଅଭିଜିତ୍ ଦାସ ଏବଂ ଓଡ଼ିଶୀ ସଙ୍ଗୀତ (ମର୍ଦ୍ଦଳ) ପାଇଁ ରୋହିତ ପ୍ରଧାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଅନ୍ତିମ ସନ୍ଧ୍ୟାରେ ସମ୍ମାନଜନକ ପୁରସ୍କାର ବିତରଣ ସାମରୋହ ପରେ ଗୁରୁ ରତିକାନ୍ତ ମହାପାତ୍ରଙ୍କ କଳା ନିର୍ଦ୍ଦେଶନା ତଥା ନୃତ୍ୟ ସଂରଚନା ଓ ଲକ୍ଷ୍ମୀକାନ୍ତ ପାଲିତଙ୍କ ସଙ୍ଗୀତ ସଂଯୋଜନାରେ ସୃଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟାଭିନୟ ‘ତନ୍ତ୍ର’ ଉପସ୍ଥାପିତ ହୋଇଥିଲା । ଐଶରୀୟ ନାରୀକୁ ଆହ୍ୱାନ କରିବା ଏବଂ ସମାଜ ତଥା ମାନବଜାତିର ଉନ୍ନତି ପାଇଁ ତନ୍ତ୍ର ସାଧନାକୁ ଭିତ୍ତି କରି ମୁକ୍ତିର ରାସ୍ତା ଖୋଜିବା ଏହି ଉପସ୍ଥାପନାର ମୂଳ ଉଦ୍ଦେଶ୍ୟ ଥିଲା । ତନ୍ତ୍ର ସଦାସର୍ବଦା ମାନବଜାତିର ଉନ୍ନତି ପାଇଁ ସାଧନ କରାଯାଇଥାଏ । ତନ୍ତ୍ର ସାଧନର ନକରାତ୍ମକ ଚିନ୍ତାଧାରାକୁ ମାନବସମାଜରୁ ଦୂରକରିବାର ଉଦ୍ଦେଶ୍ୟ ରଖି ଏହି ପ୍ରସ୍ତୁତଟିକୁ ପରିବେଷଣ କରାଯାଇଥିଲା । ସୃଜନର ଏହି ଉପସ୍ଥାପନରେ ସଙ୍ଗୀତ, ତାଳ ସଂଯୋଜନା, ନୃତ୍ୟ ସଂରଚନା ସହିତ ଶିଳ୍ପୀଙ୍କ ପୋଷାକର ଅନନ୍ୟ ଅଳଙ୍କାରକୁ ପ୍ରଦର୍ଶିତ କରିଥିଲା ଯାହା ଦର୍ଶକଙ୍କୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଏକ ମନୋରମ ସୌନ୍ଦର୍ଯ୍ୟର ଅନୁଭୁତି ପ୍ରଦାନ କରିଥିଲା । ଶ୍ରୀ ଦେବୀପ୍ରସାଦ ମିଶ୍ର ଓ ଶ୍ରୀ ଦିଲ୍ଲୀପ କୁମାରଙ୍କ କୁଶଳୀ ତଥା ଭିନ୍ନ ଆଲୋକ ଡିଜାଇନ୍ ଏବଂ ଶ୍ରୀ ଆନନ୍ଦ କୃଷ୍ଣ ଓ ଶ୍ରୀ ଭରତ କୃଷ୍ଣଙ୍କ ନିରବିହୀନ ସାଉଣ୍ଡ ଇଞ୍ଜିନିୟରିଂ ନୃତ୍ୟାଭିନୟଟିକୁ ଚିତାକର୍ଷକ କରିଥିଲା । ଏହି ଉତ୍ସବର ପରିକଳ୍ପନା ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେ ଏହାକୁ କାର୍ଯ୍ୟକାରୀ ଶ୍ରୀ ଦେବୀପ୍ରସାଦ ମିଶ୍ର କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ । ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବକୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମର୍ଥନ କରିଥିଲେ । ଏହି ସମ୍ମାନ ଉତ୍ସବ ପାଇଁ ଏମ୍.ଜି.ଏମ୍ ମିନେରାଲ୍ସ ଏବଂ ଶାଲିମାର କେମିକାଲ୍ ୱାର୍କସ୍ ଲିମିଟେଡ୍ଙ୍କ ଠାରୁ ଅନୁଦାନ ଗ୍ରହଣ କରାଯାଇଥିଲା । ଶାଲିମାର୍ କୋକାନଟ୍ ଅଏଲ୍, ନାଲକୋ, ଏସ୍.ବି.ଆଇ, ଇମ୍ଫା, ପ୍ରିୟଦର୍ଶିନୀ ହାଣ୍ଡଲୁମ୍ ଏବଂ ପାରାଦୀପ ଫସଫେଟ୍ ଲିମିଟେଡ୍ ଏହି ଉତ୍ସବର ପ୍ରାୟୋଜକ ଥିଲେ । ଏହି ଉତ୍ସବର ଆତିଥ୍ୟକୁ ରୋଏଲେ ମିଡଟାଉନ୍ ହୋଟେଲ ପ୍ରଦାନ କରିଥିଲା । ଏହି ଉତ୍ସବର ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ମିଡିଆ ପାର୍ଟନର ଏବଂ ନର୍ଥକୀ ଡଟ୍ କମ୍ ୱେବ୍ ପାର୍ଟନର ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026