୧୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଅନୁଗୋଳ :-> ସମଗ୍ର ଭାରତରୁ ସୁଲଭ ମୂଲ୍ୟରେ ଶାଢୀର ବ୍ୟାପକ ସମ୍ଭାର ରଖିବା ପାଇଁ ସୁପରିଚିତ ବେଙ୍ଗଲର ଅଗ୍ରଣୀ ରିଟେଲ ଚେନ୍ ଇଣ୍ଡିଆନ ସିଲ୍କ ହାଉସ ଏଜେନ୍ସିଜ ଓଡ଼ିଶାର ଅନୁଗୋଳରେ ତାହାର ନୂଆ ଷ୍ଟୋର ଉଦ୍ଘାଟନ କରିଛି । ଷ୍ଟୋରକୁ ଇଣ୍ଡିଆନ ସିଲ୍କ ଏଜେନ୍ସିଜର ପ୍ରତିଷ୍ଠାତା ପ୍ରତିଭା ଦୁଧୋରିଆ ଫିତା କାଟି ଉଦ୍ଘାଟନ କରିଥିଲେ । ଏହି ଅବସରରେ ପ୍ରତିଭା ଦୁଧୋରିଆ ଉଲ୍ଲେଖ କରିଥିଲେ ଯେ, ପ୍ରାୟ ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳର ପୃଷ୍ଠଭୂମିକୁ ନେଇ ଇଣ୍ଡିଆନ ସିଲ୍କ ହାଉସ ଏଜେନ୍ସିଜ ପୂର୍ବ ଭାରତରେ ସର୍ବବୃହତ ସିଲ୍କ ଶାଢୀର ରିଟେଲ ଚେନ୍ ହୋଇଛି ।
