
୧୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଭାଗବତ ମାନବ ଜୀବନକୁ ଶୃଙ୍ଖଳିତ ଓ ଉପଯୁକ୍ତ ମାର୍ଗଦର୍ଶନ କରାଏ । ତେଣୁ ଆମ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ଭାଗବତ ଓ ଅତିବଡ଼ି ଜଗନ୍ନାଥ ଦାସ ଚିର ଅମର ବୋଲି କହିଛନ୍ତି ଓଡିଶା ସାହିତ୍ୟ ଏକାଡେମୀର ସଚିବ ସୁବୋଧ ଆଚାର୍ଯ୍ୟ । ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାତଲହଡି ମଠ ପରିସରରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଆ ଅସ୍ମିତା ଓ ଓଡ଼ିଆ ଭାଗବତ ଶୀର୍ଷକ ଆଲୋଚନା ଚକ୍ର ରେ ଯୋଗ ଦେଇ ସଚିବ ଶ୍ରୀ ଆଚାର୍ଯ୍ୟ ଓଡ଼ିଆ ଭାଗବତକାର ଅତିବଡ଼ି ଙ୍କ ର ଓଡ଼ିଆ ସଂସ୍କୃତି ପ୍ରତି ଦାନ ଅତୁଳନୀୟ ଓ ଅନନ୍ୟ ବୋଲି କହିବା ସହ ମାନବ ସମାଜ ଥିବା ଯାଏଁ ଭାଗବତ ର ପ୍ରାସଙ୍ଗିକତା ରହିଥିବ ବୋଲି କହିଥିଲେ l

