ଗୋପରେ ସୁଭଦ୍ରା ରଥ କୁ ସ୍ୱାଗତ କରିବା ପାଇଁ ଶାସକ ବିରୋଧୀ ଚଳଚଞ୍ଚଳ କିନ୍ତୁ ରଥ ପହଞ୍ଚିବାରେ ବିଳମ୍ବ : ଚାରିଦିନ ମଧ୍ୟରେ 31 ପଞ୍ଚାୟତ ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ରେ ବୁଲିବ ରଥ  

୧୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :->  ଓଡିଶା ରେ ନୂତନ ସରକାର ଙ୍କ ଆଗମନ ପରେ ଅନେକ ଯୋଜନା ର ନାମ ପରିବର୍ତ୍ତନ ସାଙ୍ଗକୁ ନୂତନ ଯୋଜନା ମଧ୍ୟରେ ଅନ୍ୟତମ ଯୋଜନା ଟି ହେଉଛି ସୁଭଦ୍ରା ଯୋଜନା l ଯେଉଁଥିରେ ଏକ କୋଟି ତିରିଶ ଲକ୍ଷ ମହିଳା ଉପକୃତ ହେଵା ବିଜ୍ଞପ୍ତି ପ୍ରକାଶ ପାଇଛି l ବର୍ତମାନ ସବୁଠୁ ଅଧିକ ଗତିଶୀଳ ଓ ଆକର୍ଷଣୀୟ କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଆମ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା l ତାଙ୍କ ହାତରେ ଏକାଧିକ ବିଭାଗଥିବାରୁ ଅନେକ ଯୋଜନା ର ମଉଡମଣୀ ଭାବେ ସାମାଜିକ ଗଣମାଧ୍ୟମ ଠାରୁ ଖବର କାଗଜ ଆଦି ଟିଭି ରେ ଦୈନିକ ଦେଖିବାକୁ ମିଳୁଛନ୍ତି l

ଯୋଜନା ମଧ୍ୟରୁ ସୁଭଦ୍ରା ଯୋଜନା ଟି ଏକ ଯୁଗାନ୍ତକାରୀ ଓ ସର୍ବ ଆଦୃତ ହୋଇପାରିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି l ଦୈନିକ ସୁଭଦ୍ରା ଯୋଜନା କୁ ନେଇ ଭିନ୍ନ ଭିନ୍ନ ଖବର ପ୍ରସାରଣ ହେଉଥିବାରୁ, ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସଚେତନତା ରଥ ସମଗ୍ର ଓଡିଶା ରେ ଭ୍ରମଣ କରିବାର ବ୍ୟବସ୍ତା କରିଛନ୍ତି l ଠିକ ସେହିପରି ବ୍ୟବସ୍ତା ଗୋପ ବ୍ଲକ ପାଇଁ ମଧ୍ୟ କରାଯାଇଥିଲା l ପୁର୍ବ କାର୍ଯ୍ୟ ସୂଚୀ ଅନୁଯାଇ 12 ତାରିଖ ଗୁରୁବାର ସକାଳ 10 ଟା 30 ରେ ଗୋପ ବ୍ଲକ ରେ ପହଞ୍ଚିବା ବ୍ୟବସ୍ତା ହୋଇଥିଲା l କିନ୍ତୁ ରଥ ଟି ନିମାପଡା ର ବିଜ୍ଞାପିତ ଅଞ୍ଚଳ ରେ ଥିବା 11 ଟା ୱାର୍ଡ ପରିକ୍ରମା ପରେ ଗୋପ ରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା l

ଯାହାଫଳରେ ସମସ୍ତ ଅଧିକାରୀ ଓ ଅଧିକାରିଣୀ ଏବଂ ନିର୍ବାଚିତ ଲୋକ ପ୍ରତିନିଧି ଙ୍କ ସମେତ ମିଶନ ଶକ୍ତି ର ମା ମାନେ ସକାଳ ରୁ ବ୍ଲକ ପରିସରରେ ଚିତା ଓ ଝୋଟି ଏବଂ ଫୁଲ ରେ ସୁସଜ୍ଜିତ କରି ଅପେକ୍ଷା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଗୋପ ବ୍ଲକ ଅଧକ୍ଷା ଶ୍ରୀମତୀ ଝୁନୁ ମଲ୍ଲିକ ଙ୍କ ଅଧକ୍ଷତା ରେ ଶୁଭାରମ୍ଭ କରିଥିଲେ l ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ, ବିଡିଓ ଛବିରାଣୀ ସାହୁ, ଏଗାର ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ରାୟ, ମିଶନ ଶକ୍ତି ର ଗୋପ ବ୍ଲକ ସଭାପତି ମିନାକ୍ଷୀ ପୃଷ୍ଟି ପ୍ରଭୁତି ବ୍ୟକ୍ତି ବିଶେଷ ଏହାର ନେତୃତ୍ୱ ନେଇଥିଲେ l

କିନ୍ତୁ ତା ପୂର୍ବରୁ ଯେଉଁମାନେ ରଥ କୁ ସ୍ୱାଗତ କରିବାପାଇଁ ବ୍ୟକୁଳ ଥିଲେ କିନ୍ତୁ ତାଙ୍କ କଥା ବୁଝିବାକୁ କେହିନଥିଲେ l ପିଇବା ପାଇଁ ପlନୀୟ ଜଳର ବ୍ୟବସ୍ତା ନଥିଲା କୀ ଖାଇବାପାଇଁ ଟିଫିନ ର ଆୟୋଜନ ମଧ୍ୟ ହୋଇନଥିଲା ବୋଲି ମିଶନ ଶକ୍ତି ର ଜଣେ ଏମ ବି କେ କହିଛନ୍ତି l ଗୋପ ବ୍ଲକ ସର୍ବ ବୃହତମ ବ୍ଲକ ଏହାର ପଞ୍ଚାୟତ ସଂଖ୍ୟା ହେଉଛି 31 ଟା ଦୈନିକ ଯଦି 10 ଟା ପଞ୍ଚାୟତ ରେ ରଥ ବୁଲିଵ ତେବେ ଯାଇ ଆସନ୍ତା 16 ତାରିଖ ଭିତରେ ସମ୍ପୂର୍ଣ୍ଣ ହୋଇପାରିବ l

ଏହା କୌଣସି ମତେ ସମ୍ଭବ ନୁହେଁ ଯେ ଦିନ କୁ 10 ଟା ପଞ୍ଚାୟତ ବୁଲିକି ସଚେତନତା କରିବା l ଯାହା ସବୁ କିଛି ହେଉଛି ଯୁଦ୍ଧ କାଳୀନ ଭିତିରେ ସମସ୍ତ କାର୍ଯ୍ୟ ସମ୍ପlଦାନ ହେଉଥିବାରୁ ଅନେକ ବ୍ୟତିକ୍ରମ ପରିଲକ୍ଷିତ ହେଉଛି l ସେ ଯାହା ବି ହେଉଛି ହେଉ ସମସ୍ତ ମା ମାନଙ୍କୁ ଆସନ୍ତା 17 ତାରିଖ ରେ ପ୍ରଥମ କିସ୍ତି ଟଙ୍କା ମିଳୁ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ଜଣେ ଅଧିକାରୀ କହିଛନ୍ତି l ଦେଖିବାରୁ ଅଛି ସୁଭଦ୍ରା ରଥ ପରିକ୍ରମା ଦ୍ଵାରା କେତେ ଲୋକ ସଚେତନ ହେଉଛନ୍ତି ଆଉ କେତେଜଣ ହିତାଧିକାରୀ ଉପକୃତ ହେଉଛନ୍ତି ତାହା ସମୟ କହିବ l

Exit mobile version