ବାସହରା ହୋଇଯିବେ କି ? ୩ ପରିବାର ର ୧୭ ସଦସ୍ୟ ଏହି ଦଳିତ,ଗରୀବ,ଖଟିଖିଆ, ବେସାହାରା ପରିବାର ପ୍ରତି ସରକାରଙ୍କ ଦୃଷ୍ଟି କେବେ ?

୧୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା  :-> ବାରିପଦା ସହରର ବଢେଇସାହିର ଗୋଟିଏ ଘରେ ନିଜର କୈଳିକ ବୃତ୍ତି ରୁ କିଛି ସଦସ୍ୟ ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ଆଉ କିଛି ଜଣ ଦିନ ମଜୁରିଆ ଭାବେ କୈଣସି ପ୍ରକାରେ ପେଟପୋଷି ବେସ୍ ସୁଖେ ଦୁଖେ ଚଳୁଥିଲେ।ସମ୍ବଳ କହିଲେ ବାପାଦାଦା ଅମଳର ୪ରି ଡେସିମିଲି ର ଭିଟାମାଟି ଯାହା ଉପରେ ଇତିହାସର ମୂକସାକ୍ଷୀ ହୋଇ ଛିଡା ହୋଇଛି ସ୍ମୃତିର ଝଲକ ସ୍ବରୂପ ରୋଗୀଣା ପୁରୁଣା ଘର, ଯୋଉଁଠି ରହିଛି ସୁପ୍ତ,ଲୁପ୍ତ ଓ ୧୭ ମୃତ ପ୍ରାୟ ଜୀବିତ ସଦସ୍ଯଙ୍କ ଅନେକ ହସ ଲୁହ,ଖଟାମିଠା ଆଉ ତିକ୍ତ ସ୍ମୃତି ଅନୁଭୂତିର ଝଲକ।

ସ୍ମୃତିର ଏଇ ଭଗ୍ନ ଐତିହ୍ୟ କାଳେ ହୋଇଛି ଝଳନାର ଶିକାର, ଅଭିଯୋଗରେ ଅଶ୍ରୁ ଅଭିଷାପର ବିଭିସୀକା ଦେଖିଲେ ଦୃଶ୍ଯଟି ଆଉ ଶୁଣିଲେ ଘଟଣା ପଛର କାହାଣୀ ସମସ୍ତେ କହୁଛନ୍ତି “ଆହାରେ ଦଇବ କେମିତି ସହିବ”। ଘଟଣାର ଅନ୍ତରାଳେ ଲୁଚିଛି ଆଉ ଏକ ଘଟଣା ବୋଲି ଅଭିଯୋଗ କରୁଛନ୍ତି ରାଧା ଗୋବିନ୍ଦଙ୍କ ପୁଅ, ନାତି,ଅଣନାତି ପରିବାର ବର୍ଗ । ବାରିପଦା ବଢେଇ ସାହିର ରାଧା ଗୋବିନ୍ଦ ଦିଗାର ଯିଏ କି ହରିଜନ ବର୍ଗର ବ୍ୟକ୍ତି ସେ ତାଙ୍କର ତିନି ସାବାଳକ ପୁତ୍ରଙ୍କର ଅଜ୍ଞାତରେ ୭୦ବର୍ଷ ବୟସରେ ୧୯୯୧ ମସିହାରେ ଭଗବାନ କଲିଆ ନାମକ ସାଧାରଣ ବର୍ଗର ବ୍ୟକ୍ତିଙ୍କୁ ବିକିଥିଲେ ଯାହାର ମାପଦଖଲ ପାଇଁ ଆଜି ମାଜିଷ୍ଟ୍ରେଟ୍ ମହୋଦୟ,କମିଶନର ମହୋଦୟ ପୋଲିସ୍ ବଳଙ୍କ ଉପସ୍ଥିତିରେ ହେବାକୁଥିବା ।

ସବୁଠାରୁ ବଡ଼ କଥାଟି ହେଲା ଉକ୍ତ ଯାଗାକୁ ନିଜସ୍ବ କିମ୍ବା ସରକାରୀ ପ୍ରବେଶ ପଥ ନାହିଁ । ଭଗବାନ କଲିଆ ଶିକ୍ଷିତ ଓ ବୁଦ୍ଧିମାନ ଲୋକ ହୋଇ ଏଭଳି ଯାଗାକୁ କାହିଁକି କିଣିଥିଲେ ବୋଲି ଜିଲ୍ଲା ବୁଦ୍ଧିଜୀବୀ ଚର୍ଚା କରିଛନ୍ତି ।ଏପଟେ ରାଧା ଗୋବିନ୍ଦ ଜଣେ ନିରକ୍ଷର ଓ ଅପାଠୁଆ ଲୋକଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି । ଏବଂ ଏହା ସଂପୂର୍ଣ୍ଣ ଭାବେ ଜାଲିଆତି କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି,

ଆହୁରି ମଧ୍ଯ କହୁଛନ୍ତି ଯେ ଜାଲ ପ୍ରମାଣପତ୍ର ଆଧାରରେ ଭଗବାନ କଲିଆ ଏଭଳି କରିଥିବା ଉପସ୍ଥିତ ଅଧିକାରୀ ମାନଙ୍କ ନିକଟରେ କାକୁତି ମିନତି ହୋଇ ଗୁହାରି କରିଛନ୍ତି । ବର୍ଷାପାଗ ଓ ପାରିପାର୍ଶ୍ବିକ ସ୍ଥିତି କୁ ଦେଖି କାର୍ଯ୍ୟରତ ଅଧିକାରୀ ମାନେ ଉକ୍ତ ପରିବାର ପ୍ରତି ମାନବତାର ନିଦର୍ଶନ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ତେବେ ଏଇ ଘଟଣାର ସତ୍ୟାସତ୍ୟ ପୁନର୍ବାର ପ୍ରକ୍ରିୟା କରଣ ପାଇଁ ପରିବାର ବର୍ଗ ଦାବି କରିଥିବା ବେଳେ ବାସହରା କରିବା ପୂର୍ବରୁ ଥଇଥାନ କରିବାକୁ ଜିଲ୍ଲାପ୍ରଶାସନ ଓ ମୁଖ୍ୟମନ୍ତ୍ରୀ ଙ୍କୁ ବ୍ୟାକୁଳ ନିବେଦନ କରିଛନ୍ତି ୩ପରିବାରର ୧୭ସଦସ୍ଯ ।

Exit mobile version