Home ଓଡ଼ିଶା ଉପଜିଲ୍ଲାପାଳଙ୍କ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ପରିଦର୍ଶନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ନିର୍ଦ୍ଧେଶ କ୍ରମେ ଆଜି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନୁପ ପଣ୍ଡା ନୂଆଗଡ ବ୍ଲକ୍ ର ଏନ୍.ଝାଲାରସିଂ, କିରାମା ଓ ଅନୁଗୁର ସମେତ ଅନ୍ୟ ଜନ ସେବା କେନ୍ଦ୍ର ଏବଂ ମୋ ସେବା କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ । ସୁଭଦ୍ରା ଯୋଜନାର ଆବେଦନ ଫର୍ମର ସ୍ଥିତି ଅନୁଧ୍ୟାନ କରିବା ଏବଂ ଜନସାଧାରଣଙ୍କୁ ସାମଗ୍ରିକ ସେବା ପ୍ରଦାନ କରିବା ପାଇଁ ସମସ୍ତ ଜନସେବା କେନ୍ଦ୍ରର ପରିଚଳକ ମାନଙ୍କୁ ଅନୁରୋଧ କରିଥିଲେ । ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ବ୍ୟକ୍ତି ଗତ ଭାବେ କେନ୍ଦ୍ରଗୁଡ଼ିକରେ ଉପସ୍ଥିତ ହିତାଧିକାରୀଙ୍କ ସହ ଆଲୋଚନା କରି ଆବେଦନ ପ୍ରକ୍ରିୟା ଏବଂ ପ୍ରଦାନ କରାଯାଉଥିବା ସେବା ସମ୍ପର୍କରେ ପ୍ରତ୍ୟକ୍ଷ ହିତାଧିକରୀଙ୍କ ସହିତ ଆଲେଚନା କରିଥିଲେ । ସୁଭଦ୍ରା ଯୋଜନାର ସଫଳ ରୂପାୟନ ରେ ସେମାନଙ୍କର ଭୂମିକାର ଗୁରୁତ୍ବ ଉପରେ କେନ୍ଦ୍ର ପରିଚାଳକମାନଙ୍କୁ ଉପଜିଲ୍ଲାପାଳ ବୁଝାଇ ଥିଲେ ଓ ଆବଶ୍ୟକ ଦସ୍ତାବିଜ ଉପରେ ଆବେଦନକାରୀଙ୍କୁ ସ୍ପଷ୍ଟ ମାର୍ଗଦର୍ଶନ, ସଠିକ ସମୟରେ ପ୍ରକ୍ରିୟା କରଣ ଏବଂ ସମସ୍ତ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖ୍ କେନ୍ଦ୍ର ଗୁଡିକୁ ଆସୁଥିବା ହିତାଧିକାରୀମାନେ ଯେମିତି ସଠିକ ଭାବେ ସୁଭଦ୍ରା ପୋର୍ଟାଲ ରେ ପଞ୍ଜିକରଣ କରିବେ ସେଥି ପ୍ରତି ଧ୍ୟାନ ଦେବା ପାଇଁ କେନ୍ଦ୍ରର କର୍ମଚାରୀମାନଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯଦି କୌଣସି ଜନ ସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର କାର୍ଯ୍ୟରେ ଅବହେଳା କିମ୍ବା ଅନିୟମିତତା କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ପୂର୍ବତନ ବାଚସ୍ପତି ରବି ରାୟଙ୍କ ୧୦୦ ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ by Proprietor Abhimanyu Maharana November 26, 2026 ଚିଲିକା ବୋଇତ ବନ୍ଦାଣ ମଞ୍ଚରେ କବିତା ସଂକଳନ ଆକୁଳ ଆବେଗ ଉନ୍ମୋଚିତ by Proprietor Abhimanyu Maharana November 26, 2026 ସୁନାମୁହିଁ ଘାଟରେ ବୋଇତ ବନ୍ଦାଣ ଉତ୍ସବ by Proprietor Abhimanyu Maharana November 26, 2026 ନୂଆଦିଲ୍ଲୀରେ ଇନ୍ଦ୍ରପ୍ରସ୍ଥ ସମାରୋହର ଭବ୍ୟ ଆୟୋଜନ by Proprietor Abhimanyu Maharana November 26, 2026 ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ଆଇନ କେବେ? by Proprietor Abhimanyu Maharana November 26, 2026 ସମ୍ବିଧାନକୁ ରକ୍ଷା କରିବାକୁ ବଜ୍ର ଶପଥ ନେଇଛି କଂଗ୍ରେସ : ଭକ୍ତ by Proprietor Abhimanyu Maharana November 26, 2026