୧୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ମହଙ୍ଗା ଦୁନିଆରେ ସଂସାର ଚଳାଇ ନିଜେ ଚଳିବା ଏତେ ସହଜ ନୁହେଁ ।ଆଉ ପରିଣତ ବୟସରେ ନିଜେ ବଞ୍ଚିବା ଓ ସଂସାର ଚଳାଇବା ତାହା ଆପଣ ଏହି ବୃଦ୍ଧ ଦମ୍ପତିଙ୍କୁ ଦେଖିଲେ ଜାଣିପାରିବେ । ନାସେମାନଙ୍କ ମୁଣ୍ଡରେ ଅଛି ଛାତ ନା ପେଟକୁ ମିଳୁଛି ଭାତ। ଏହେଉଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଜିରାଙ୍ଗ ପଞ୍ଚାୟତ କମଳାପୁର ଗ୍ରାମର ଶଡଙ୍ଗା ଶବର । ବୟସ ଆସି 80 ରେ ପହଞ୍ଚିଲାଣି । ପରିବାର କହିଲେ ନିଜ 77 ବର୍ଷୀୟା ଧର୍ମ ପତ୍ନୀଙ୍କ ଛଡ଼ା କେହି ନାହିଁ । ଆଉ ଘର …….. ଘର କଥା କହିଲେ ଏତେ ବଡ଼ ଗାଆଁ ରେ ବଡ଼ବଡ଼ ପକ୍କାଘର ମଧ୍ୟରେ ସୋରିଷ ଭଳି କୁଡିଆ ଟିଏ । ଦେଖନ୍ତୁ ଦୁଇଟି ଟିଣ ଆଉ କେତେ ଖଣ୍ଡ ଇଟାରେ ନିର୍ମିତ ଶଡଙ୍ଗାର ଏହି ଘର । କୋଉଠୀ କାନ୍ଥ ଫାଟି ଆଁ ତ କୋଉଠି କାନ୍ଥ ଆଉଜି ରହିଛି ।
