Home ଅପରାଧ ତିନି ଦୁର୍ବୁତ୍ତ ବାଇକ୍ ରେ ଆସି ଯୁବକଙ୍କ ଠାରୁ ଛଡ଼ାଇ ନେଲେ ଦୁଇଟି ମୋବାଇଲ୍ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡ଼ା :-> କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ସମେତ ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟ୍, ଡକାୟତି,ଚୋରି ବଢ଼ିବାରେ ଲାଗିଛି । ଘଟଣାକୁ ନେଇ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ପୁଣି ଏକ ଲୁଟ୍ ଘଟଣା ସାମ୍ନାକୁ ଆସିଛି । ଫୁଟବଲ୍ ଖେଳି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ତିନିଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି ଯୁବକଙ୍କ ଠାରୁ ଦୁଇଟି ମୋବାଇଲ୍ ଫୋନ୍ ଲୁଟି ନେଇଥିବା ନେଇ ବାଲିଗୁଡା ଥାନାରେ ବୁଧବାର ଅଭିଯୋଗ ହୋଇଛି । ପ୍ରକାଶ ଯେ, ବାଲିଗୁଡ଼ା ଥାନା ଅର୍ନ୍ତଗତ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟି ଗ୍ରାମର ଲମ୍ବୋଦର ମାଳିକ ଚଳିତ ମାସ ୫ତାରିଖ ସନ୍ଧ୍ୟାରେ ସଲଗପଦରରୁ ଫୁଟବଲ୍ ଖେଳି ନିଜ ଗାଁ ମାଣିକୁଟି କୁ ଯିବାବେଳେ ହଠାତ୍ ତିନିଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ଲମ୍ବୋଦରଙ୍କୁ ଧମକାଇବା ସହ ତାଙ୍କଠାରୁ ଦୁଇଟି ମୋବାଇଲ୍ ଛଡ଼ାଇ ନେଇଥିଲେ । କିନ୍ତୁ ଭୟଭୀତ ହୋଇ ରହିବା ପରେ ପରିବାର ଲୋକଙ୍କ ପରାମର୍ଶ କ୍ରମେ ଏନେଇ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନା କେସ୍ ନଂ -୨୧୧/୨୦୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । Categories: ଅପରାଧ, ଓଡ଼ିଶା, ହୋମ୍ Related Content ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026 ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 17, 2026