ବୁଢ଼ୀବାହାଲ ଗାଁ ରେ ନୁଆଁଖାଇ ଭେଟଘାଟ..

୧୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ ବ୍ଲକ :-> ଓଡ଼ିଆପାଲି ପଞ୍ଚାୟତ ବୁଢ଼ୀବାହାଲ ଗାଁ ରେ ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଧୂମଧାମ ସହ ପାଳିତ ହୋଇଯାଇଛି I ଲୋକେ ନିର୍ଧାରିତ ଲଗ୍ନ ରେ ନୁଆଁଖାଇ ସରିଲା ପରେ ଗାଁ ଗୌନ୍ତିଆ ଘର କୁ ଯାଇ ଗୌନ୍ତିଆ ଙ୍କୁ ଜୁହାରୀ ଭେଟହେବା ସହ ପୁରାତନ ପ୍ରଥା ଅନୁଯାଇ ଗାଁ ର ଗୌନ୍ତିଆ ଙ୍କୁ ଗାଁ ର ମୁଖ୍ୟ ହିସାବ ରେ ଯଥା ଉଚିତ ସମ୍ମାନ ଦେଇ ଥିଲେ I ସେହିପରି ଗାଁ ର ଉପର ପଡ଼ା ଗଣେଶ ପୂଜା କମିଟି ତରଫରୁ ଯୁବକ, ଛୋଟ ଛୋଟ ପୁଅ ଝିଅ ମାନଙ୍କୁ ନେଇ ନାଚ ଗୀତ କାର୍ଯ୍ୟକ୍ରମ, ମାଠିଆ ଭଙ୍ଗା, ମେଜିକ ଚେୟାର, ଚାମୁଚ ବାଟି ପ୍ରଭୃତି ଖେଳ ମାନ ଅନୁଷ୍ଠିତ ହୋଇଥିଲା I

ଏହିଖେଲର ପ୍ରତିଯୋଗିତା ମାନଙ୍କୁ ଟ୍ରଫିକ ପୁରସ୍କାର କରିଥିଲେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ହରିକିଶାନ ଖର୍ସେଲ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଗାଆଁ ଗୈାନ୍ତିଆ ସୁଭାକର ଖସେଲ, ନାଏକ ସରପଞ୍ଚ ଗୋଉରୀ ଖୂଆସ ଚନ୍ଦ୍ରମଣି ଖରସେଲ କହ୍ନେଇ ସଗର, ପ୍ରଦୁମ୍ନ ସାହୁ,ଡିଙ୍ଗର ପୁଟେଲ ଯୋଗଦେଇ ଥିବା ବେଳ ଅନ୍ୟ ମାନଙ୍କ ମଧ୍ୟରେ କଳାର ସିଂ ଖୁ୍ଆସ, ଦିନମଣୀ ଛତବରା, ତରଣୀ ଖରସେଲ,ଜ ଉସୁଦନ ଚାର ଗଙ୍ଗାଧର କବାଟ ଆନନ୍ଦ କପାଟ, ଚୂଡ଼ାମଣି ଛତାବରା, ଶ୍ରୀକାନ୍ତ ଖରସେଲ, ଧ୍ରୁବ ଛତାବରା ଧରଣି ଖର୍ସେଲ ମହେନ୍ଦ୍ର କପାଟ ସୁରେଶ କପାଟଦୈତାରୀ ଖର୍ସେଲ ଜୁଗଳ ଖର୍ସେଲ ପ୍ରମୁଖ ସହଯୋଗ କରିଥିଲେ Iଶେସରେ ହରିକିଶାନ ଖର୍ସେଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version