ଭିଜିଲାନ୍ସ ହାତରେ ଧରାପଡିଲେ କୋଟିପତି – ସହକାରୀ ଯନ୍ତ୍ରୀ

୧୪ ବର୍ଷ ଧରି ଭଞ୍ଜନଗରରେ କୋଳି ଖାଇ ମଂଜି ପୋତିଥିଲେ । ରାଜ ପ୍ରାସାଦ ପରି ବିଶାଳ କୋଠା ଓ ପ୍ଲଟ ଠାବ

୧୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ଇଂ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଏକାକାଳୀନ ୯ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢାଉ ସମୟରେ ପ୍ରସନ୍ନ ସ୍ୱାଇଁଙ୍କ ବ୍ରହ୍ମପୁର ଠାରେ ୪ ମହଲା ବିଶିଷ୍ଟ କୋଠା ଯାହାର କି ଆନୁମାନିକ ମୂଲ୍ୟ ୨କୋଟି ୪୦ଲକ୍ଷ ହେବ ବୋଲି ବିଭାଗ ସୂଚନା ଦେଇଛି । ଏଥି ସହିତ ସମେତ ୬ ଗୋଟି କୋଠା, ୧୧ ଲକ୍ଷ ୫୦ ହଜାର ଟଙ୍କାର ଜମା ଯାଞ୍ଚ ସମୟରେ ମିଳିଛି ।

ବୁଧବାର ଦିନ ତମାମ ଏହି ଚଢ଼ାଉ ଚାଲିଥିବା ବେଳେ ଭଞ୍ଜନଗର ବାଗଦେବୀ ରୋଡ ସ୍ଥିତ ୬୦୦ ବର୍ଗଫୁଟ ଏକ ଘର୍, ୩୦୦ବର୍ଗଫୁଟର ଏକ ୩ ମହଲା ଘର, ୨୫୦୦ବର୍ଗ ଫୁଟର ୩ ମହଲା ଘର, ୱାର୍ଡ ନଂ୬ ରେ ଥିବା ନିର୍ମାଣାଧାନ ଦୁଇମହଲା ଘର, ଲୁଦୁଲୁଦି ଗ୍ରାମର ପୈତୃକ ଘର ଏଥି ସହ ପାଞ୍ଚଟି ଦାମୀ ପ୍ଲଟ ଭେଜିପୁଟ,ଲାଲସିଂ, ବଡପଡା, ଓ ବ୍ରହ୍ମପୁରରେ ରହିଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି । ଭଞ୍ଜନଗର କାଯ୍ୟାଳୟ ରେ ମଧ୍ୟ ଏକ ଟିମ କାଗଜପତ୍ର ଯାଞ୍ଚ କରିଥିଲା। ଇଂ ପ୍ରସନ୍ନ ସ୍ୱାଇଁ ୨୦୦୩ ମସିହାରେ ଠିକାରେ କନିଷ୍ଠ ଯନ୍ତ୍ରୀ ଭାବେ ଖରିଆର୍ ରେ କାଯ୍ୟରେ ଯୋଗ ଦେଇଥିଲେ।

ଏହା ପରେ ୨୦୧୦ ମସିହାରେ ଭଞ୍ଜନଗର ଜଳ ସମ୍ପଦ ବିଭାଗ ରେ କାଯ୍ୟ କରୁଥିବା ବେଳେ ୨୦୧୩ ମସିହାରେ ସହକାରୀ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ପାଇଥିଲେ। ଦୀର୍ଘ ୧୪ ବର୍ଷ ଧରି ସେ ଏହି ଜାଗାରେ କାଯ୍ୟ କରୁଥିବା ଯାଞ୍ଚ ସମୟରେ ଭିଜିଲାନ୍ସ ଜାଣିବାକୁ ପାଇଥିଲା। ଏହି ଚଢ଼ାଉରେ ଭିଜିଲାନ୍ସର ୭ ଜଣ ଡିଏସପି ଓ ୫ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି। ଡିଏସ୍ପି ସବିତାଞ୍ଜଳି ନାୟକ,ଶରତ ଚନ୍ଦ୍ର ସାହୁ, କୁମୁଦିନି ସାହୁ,ସୁରେଶ କୁମାର କହଁର, ବୈଦେଇ ବେହେରା,କ୍ରିଷ୍ଣା କୁମାରୀ ପ୍ରଧାନ ଙ୍କ ସମେତ ବିଭିନ୍ନ ଅଧିକାରୀ ଚଢ଼ାଉରେ ସାମିଲ ହୋଇଥିଲେ।

Exit mobile version