୧୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ୧୮୦୬ ମସିହାରେ ବ୍ରିଟିଶର ଙ୍କ ଦ୍ଵାରା ଗୋପ ରେ ଏକ ଥାନା ପ୍ରତିଷ୍ଠା ହୋଇଥିଲା l ଦୀର୍ଘ ବର୍ଷ ପରେ ଆସିଛି ନୂଆ ପି ସି ଆର ଭ୍ୟାନ l ଗୋପ ଥାନା ଅଧୀନରେ ଗୋଟିଏ ଫାଣ୍ଡି ଏବଂ ୨୩ ଗୋଟି ପଞ୍ଚାୟତର ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଏହି ବ୍ରିଟିଶ ଅମଳର ଥାନା ଏକ ମାତ୍ର ନିର୍ଭର ଶୀଳ l ଅପରାଧ ନିୟନ୍ତ୍ରଣ ଏବଂ ପେଟ୍ରୋଲିଙ୍ଗ ପାଇଁ ପୂର୍ବରୁ ଥିବା ଭ୍ୟାନ ସଠିକ ଭାବେ କାର୍ଯ୍ୟ କରିବାକୁ ଅସମର୍ଥ ଥିବାରୁ ଅପରାଧୀ ମାନେ ଯଥା ସମ୍ଭବ ପୋଲିସ କୁ ଚକମା ଦେଇ ଅପରାଧ କରି ଫେରାର ହୋଇଯାଉ ଥିଲେ l
