ବାଙ୍ଗଲାଦେଶୀ ସନ୍ଦେହ ରେ ଜଣକୁ ଗୋପ ଥାନାରେ ଅଟକ : ଗୋପ ଓ ପଶ୍ଚିମବଙ୍ଗ ଠିକଣାରେ ଦୁଇଟି ଆଧାର କାର୍ଡ ରଖିଛି – କିଏ ଏମାନଙ୍କୁ ଆଧାର କାର୍ଡ ଦେଉଛି ?

୧୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଗତ କିଛି ଦିନ ହେଵ ସମଗ୍ର ଭାରତ ବର୍ଷ ରେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ଝଡ଼ ସୃଷ୍ଟି ହୋଇଥିଲା l ବାଙ୍ଗାଲାଦେଶ ରେ ଶତାଧିକ ହିନ୍ଧୁମାନଙ୍କୁ ନୃଶଂସ ଭାବେ ହତ୍ୟା ଓ ବଳାତ୍କାର ଏବଂ ମନ୍ଦିର ରେ ଥିବା ଦେବଦେବୀଙ୍କ ମୃତ୍ତିକୁ ପୋଡାଜଳା ଟି ସମସ୍ତ ଙ୍କୁ ବ୍ୟଥିତ କରିଥିଲା l ଯାହାଫଳରେ କୀ ଉକ୍ତ ଘଟଣାକୁ ନେଇ ଭାରତ ସରକାର ଓ ରାଜ୍ୟ ସରକାର ଙ୍କ ପକ୍ଷରୁ କଡା ଆଭିମୁଖ୍ୟ ପ୍ରଦର୍ଶନ କରାଯାଇଥିଲା l ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ତ ଗୋପ ପଞ୍ଚାୟତ ର ଥିବା ଏକ ବସ୍ତି ଭିତରେ ଶତାଧିକ ଫେରିବାଲା ଦୀର୍ଘ ବର୍ଷଧରି ରହିଁ ସ୍ଥାନୀୟ ବାସିନ୍ଦା ର ପ୍ରମାଣପତ୍ର ହାତେଇଛନ୍ତି l ସେମାନଙ୍କ ମଧ୍ୟରୁ କିଛି ଫେରି କରୁଥିବାବେଳେ କିଛି ରାଜମିସ୍ତ୍ରୀ କାର୍ଯ୍ୟ କରୁଛନ୍ତି l ଦୈନିକ ଗାଁ କୁ ଗାଁ ବୁଲି ଫେରି କରିବା ବାହାନାରେ ଅନେକ ଜଘନ୍ୟ କାଣ୍ଡ ଘଟାଉଥିବାର ଖବର ଶୁଣିବାକୁ ମିଳୁଛି l

ଠିକ ସେହିପରି ଆଜି ଏକ ଅନୁରୂପ ଘଟଣା ଘଟିଛି ଗୋପ ପଞ୍ଚାୟତ ର ପାଣିଛତ୍ର ଗ୍ରାମରେ l ସ୍ଥାନୀୟ ଗ୍ରାମବାସୀ ଙ୍କ ର ଜଣେ ଫେରିବାଲା ଉପରେ ସନ୍ଧେହ ହେବାରୁ ଗୋପ ଶାଖାର ବଜରଙ୍ଗୀ ଭାଇମାନଙ୍କୁ ସୂଚନା ଦେଇଥିଲେ l ତାପରେ ଗୋପ ଥାନାକୁ ସୂଚିତ କରାଯିବା ରେ ଗୋପ ପୋଲିସ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ଫେରିବାଲାକୁ ଗୋପ ଥାନାକୁ ଆଣି ଅଧିକ ପଚରାଉଚରା କରୁଛନ୍ତି l ପ୍ରାଥମିକ ତଦନ୍ତ ରୁ ଜଣାପଡୁଛି ବ୍ୟକ୍ତି ଜଣକ ହେଲେ ସେକ ଏଯାରୁଲ ଆଧାର କାର୍ଡ ରେ ଜନ୍ମ ବର୍ଷ 1967 ରହିଛି l ଆଧାର କାର୍ଡ ନମ୍ବର ଟି ହେଉଛି 9031 1312 6228 ଥିବାବେଳେ ପିତାଙ୍କ ନାମ ରହିଛି ସେକ ମହେମୁଦ l ଠିକଣା ରହିଛି ଗୋପ ବସ୍ତି ର ବାସିନ୍ଧା ବୋଲି ଲେଖା ହୋଇଛି l ସବୁଠୁ ବଡ଼ କଥା ହେଉଛି ସେ ନିଜକୁ ଗୋପ ବାସିନ୍ଧା ବୋଲି କହୁଥିବାବେଳେ ଅନ୍ୟ ଏକ ଆଧାର କାର୍ଡ ମଧ୍ୟ ରଖିଛି l

ଯାହାର ଠିକଣା ରହିଛି ଗ୍ରାମ ଓ ପୋଷ୍ଟ ଅମର୍ଶୀ କସବା ଥିବାବେଳେ ପୋଟାଶପୁର – 1, ଥିବାବେଳେ ପୁର୍ବ ମେଦିନୀପୁର, ପଶ୍ଚିମବଙ୍ଗ ବୋଲି ଲେଖା ହୋଇଛି l ଉଭୟ କାର୍ଡ ରେ ପିତାଙ୍କ ନାମ ଅଲଗା ଥିବାବେଳେ ଜନ୍ମ ତାରିଖ ମଧ୍ୟରେ ଅଲଗା ରହିଛି ଆଉ ସବୁଠୁ ବଡ଼ ଆଶ୍ଚର୍ଯ୍ୟ କଥା ହେଉ ଉଭୟ କାର୍ଡ ଟି କୁ 2011 ମସିହା ରେ ପାଇଛି l ନିଜର ସଠିକ ପ୍ରମାଣ ପତ୍ର ଦେବାରେ ଅସମର୍ଥ ହେତୁ ଥାନା ଭିତରେ ବାଚାଳାମି ହେଉଥିବା ର ଜଣାପଡୁଛି l ସରକାର ଙ୍କ ପକ୍ଷରୁ ଆଧାର ଲିଙ୍କ ବାଧ୍ୟତାମୂଳକ କରୁଥିବାବେଳେ ଏହିଭଳି ବେନାମୀ ବ୍ୟକ୍ତି ଙ୍କ ପାଇଁ ସରକାରଙ୍କର ସମସ୍ତ ଯୋଜନା ରୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଛନ୍ତି l ଏବେ ସାଧାରଣ ରେ ପ୍ରଶ୍ନ ଉଠୁଛି ଏମାନଙ୍କୁ କିଏ ଆଧାର କାର୍ଡ ଦେଉଛି କେଉଁ ଆଧାରରେ ପ୍ରମାଣ ପତ୍ର ପ୍ରଦାନ କରାଯାଉଛି ପ୍ରଥମେ ସେହିଁ ବ୍ୟକ୍ତି ଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ଅନେକ ବେନାମୀ ଅନୁପ୍ରବେଶକାରୀ ଙ୍କୁ ଚି଼ହ୍ନଟ କରାଯାଇପାରିବ l ଏଣୁ ଗୋପ ବଜରଙ୍ଗୀ ଦଳ ଓ ଗୋପ ସୁରକ୍ଷା ମଞ୍ଚ ପକ୍ଷରୁ ଦାବୀ ହେଉଛି କୀ ତୁରନ୍ତ ଗୋପ ରେ ଥିବା ଫେରିବାଲା ଙ୍କ ପ୍ରମାଣ ପତ୍ର କୁ ସଠିକ ଭାବେ ଯାଞ୍ଚ କରିବାକୁ ପୂର୍ବତନ ସରପଞ୍ଚ ତଥା ବିଜେପି ଦଳର ପୁରୀ ଜିଲ୍ଲାର ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ସ୍ୱାଇଁ ଗୋପ ଥାନା ର ତଦନ୍ତକାରୀ ଅଧିକାରୀ ବିପ୍ଳବ ପ୍ରଧାନ ଙ୍କୁ ଜଣାଇଛନ୍ତି l ଏହା ଯଦି ଏବେଠୁ କାର୍ଯ୍ୟକାରୀ ନ ହୁଏ ତେବେ ଆଗକୁ ବଡ଼ ଧରଣ ର ବିପଦ କୁ ଏଡାଇ ଦେଇ ହେବ ନାହିଁ l

Exit mobile version