ଓମ୍ ସାଇ ଟ୍ରେଡ଼ର୍ସ ପକ୍ଷରୁ ଇଲେକ୍ଟ୍ରିସିଆନ ମିଟ

୧୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ  :-> କଟକ ସଦର ଥାନା ନିକଟସ୍ଥ ଡାହାଳିଆବାଗ ଠାରେ ସୁରିୟା ରୋସନୀ ଲିମିଟେଡ଼ ଏବଂ ଫିନୋଲେକ୍ସ କେବୁଲର ମିଳିତ ସହଯୋଗରେ ଓମ୍ ସାଇ ଟେଡ଼ର୍ସ ପକ୍ଷରୁ ଆୟ ଇଲେକ୍ଟ୍ରିସିଆନ ମିଟ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ।ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓମ୍ ସାଇ ଟେଡ଼ର୍ସର ପ୍ରୋପାଇଟର ସୁଶାନ୍ତକୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ ।

ଉକ୍ତ ଇଲେକ୍ଟ୍ରିସିଆନ ମିଟରେ ସୁରିୟା ରୋସନୀ ଲିମିଟେଡ଼ର ଯୋନାଲ ହେଡ଼ ଜାନକୀ ବଲ୍ଲଭ ନନ୍ଦ ମୁଖ୍ୟ ଅତିଥି, ଫିନୋଲେକ୍ସର ମ୍ୟାନେଜର ବିଜୟ କୁମାର ମହାନ୍ତି, ଚିତ୍ତ ରଞ୍ଜନ କର, ଦେବେନ୍ଦ୍ର ପୃଷ୍ଟି ଯୋଗଦେଇ କହିଲେ ଯେ, ସୁରିୟା କମ୍ପାନୀ ଏବଂ ଫିନୋଲେକ୍ସ କମ୍ପାନୀର ବୈଦୁତିକ ସାମଗ୍ରୀ ଜନ ସାଧାରଣଙ୍କ ନିକଟତର ହୋଇପାରିଛି ।

ଉକ୍ତ କମ୍ପାନୀର ବିଭିନ୍ନ ସାମଗ୍ରୀ ମଜବୁତ ଏବଂ ଭରସା ଯୋଗ୍ୟ ହୋଇଥିବାରୁ ଏହାର ଚାହିଦା ଅନ୍ୟ କମ୍ପାନୀଠାରୁ ଆଗରେ ଅଛି । ଲୋକ ମାନଙ୍କର ପସନ୍ଦକୁ ଆଖିଆଗରେ ରଖି ବିଭିନ୍ନ ବୈଦୁତିକ ସାମଗ୍ରୀ ବଜାରକୁ ଛାଡ଼ିଥାଏ ବୋଲି କମ୍ପାନୀର ଅଧିକାରୀ ମାନେ ଯୋଗ ଦେଇଥିବା ଇଲେକ୍ଟ୍ରିସିଆନ ମାନଙ୍କୁ କହିଲେ । ଶେଷରେ ବନ୍ଧୁ ମିଳନ ସାଙ୍ଗକୁ ଭୋଜି ଭାତର ଆୟୋଜନ କରାଯାଇଥିଲା । ଏଥିରେ ୩୦ ଜଣ ଇଲେକ୍ଟ୍ରିସିଆନ ଯୋଗ ଦେଇଥିଲେ ।

Exit mobile version