୧୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟ ସରକାରଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଏକ ଅଭିନବ ଯୋଜନା ଅଟେ ।ଜନ ସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକର ସମାଧାନ ପାଇଁ ପ୍ରଶାସନ ଜନସାଧାରଣଙ୍କ ନିକଟତର ହୋଇ ସମସ୍ୟା ସମାଧାନର ସରଳୀକରଣ ବ୍ୟବସ୍ଥା ହେଉଛି ଯୁଗ୍ମ ଅଭିଯୋଗ ଶୁଣାଣି ଯ ଦ୍ଵାରା ସାଧାରଣ ନାଗରିକଙ୍କ ଏବଂ ପ୍ରଶାସନର ସମ୍ପର୍କ ବଜାୟ ରହିବାସହ ଲୋକଙ୍କ ସମସ୍ୟା ଜାଣିବା ଓ ସମସ୍ୟା ସମାଧାନ ହୋଇପାରିଥାଏ । ଜିଲ୍ଲାପାଳଙ୍କ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଖୋର୍ଦ୍ଧା ଶ୍ରୀ ଚଞ୍ଚଳ ରାଣା ବାଲିଅନ୍ତା ବ୍ଲକ ଗସ୍ତ କରି ବ୍ଲକକାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି କରିଥିଲେ ।
