୧୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଲଷ୍ମୀପୁର :-> ଆମ ଲଷ୍ମୀପୁର ଯୁବ ବିଧାୟକ ଶ୍ରୀଯୁକ୍ତ ପବିତ୍ର ସାଉଁନ୍ତା ମହୋଦୟ ଓଡ଼ିଶା ପବିତ୍ର ଗୃହ ତଥା ବିଧାନସଭାରେ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଲଷ୍ମୀପୁର ସହର ସମେତ ବୁର୍ଜା ଗ୍ରାମ ପଞ୍ଚାୟତର କିଛି ଗ୍ରାମକୁ ମିଶେଇ ଲଷ୍ମୀପୁର ସହରକୁ (NAC) ବିଜ୍ଞାପିତ ଅଞ୍ଚଳ ପରିଷଦରେ ପରିଣତ କରିବା ପାଇଁ ବିଧାନସଭାରେ ଦାବି ଦହରାଇଥିଲେ l ଯେହେତୁ ବର୍ତମାନର କୋଡ଼ିଙ୍ଗାମାଳୀ ଖଣି ଖାଦାନ ଏବଂ ଆସନ୍ତା ଦିନରେ କଂସାରୀଗୁଡ଼ାରେ ପ୍ରତିଷ୍ଠା ହେବାକୁ ଥିବା ଆଦିତ୍ୟ ବିର୍ଲା ଆଲୁମିନିଅମ କାରଖାନାକୁ ନେଇ ଜନସଂଖ୍ୟା ଧୀରେ ଧୀରେ ଲଷ୍ମୀପୁରରେ ବହୁତ ବଡ଼ିବାରେ ଲାଗିଛି l

