ଏ ବି ଭି ପି ଦ୍ଵାରା ପାରଳାଖେମୁଣ୍ଡି ଶାଖା କାର୍ଯ୍ୟାଳୟ ଠାରେ ଅଖଣ୍ଡ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଶା ତାଜା ନ୍ୟୁଜ୍ ( ୧୫ ଅଗଷ୍ଟ ଶନିବାର) ପାରଳଖେମୁଣ୍ଡି :- ଆଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଶାଖା କାର୍ଯ୍ୟକର୍ତ୍ତା ଦ୍ବାରା ଅଖଣ୍ଡ ଭାରତ ଦିବସ ଏବିଭିପି କାର୍ଯ୍ୟଳୟରେ ପାଳନ ହୋଇଯାଇଛିସେଥିରେରାଷ୍ଟ୍ରୀୟସ୍ବୟଂସେବକ ସଂଘ ଗଜପତି ବିଭାଗ ସହ ପ୍ରଚାରକ ମୁନିଦ୍ର ଶବର ଉପସ୍ଥିତ ରହି ଦୀପ ପ୍ରଜ୍ଵଳନ କରି ଭାରତ କିପରି ଖଣ୍ଡିତ ହୋଇଥିଲା ଏ ବିଷୟରେ କହି ଥିଲେ ଓ ଏହି କାର୍ଯ୍ୟକ୍ରମ ରେ ନଗର ସହ ସମ୍ପାଦକ ବିଗ୍ନନେଶ୍ୱର ପଣ୍ଡା ଓ ଶ୍ରୀଧର ପାଣିଗ୍ରାହୀ ଓ ମିଡ଼ିଆ ଓ ସହ ବ୍ୟବସ୍ତା ପ୍ରମୁଖ କେଦାର ନାୟକ

ଉପସ୍ଥିତ ଥିଲେ ଓ ପରିଷଦ ର ବିଭାଗ ସଂଗଠନ ସମ୍ପାଦକ ଦେବାଶିଷ ଦାସ ଓ ଅନ୍ୟାନ୍ୟ କାର୍ଯ୍ୟକାର୍ତ୍ତା ରହି ଅଗାମୀ ଦିନରେ ଆମେ କିଭଳି ମିଳିତ ଭାବେ କାର୍ଯ୍ୟକରି ଦେଶ ଓ ଛାତ୍ର ସମାଜ ହିତ ସାଧନରେ ଆଗକୁ ବଢ଼ିବା ଉଦ୍ୟସ୍ୟରେ ସମସ୍ତଙ୍କୁ ସଂକଲ୍ପ ବଦ୍ଧ କରାଇଥିଲେ ଶେଷରେ ବନ୍ଦେ ମାତରମ ଗାନ କରି ସଭା ସାଙ୍ଗ କରାଯାଇ ଥିଲେ । ( ରିପୋର୍ଟ-ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version