୧୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ :-> ଏଠାକାର ପଶ୍ଚିମ ଦିଲ୍ଲୀ ସ୍ଥିତ ବିକାଶପୁରୀଠାରେ ଚବିଶ ତମ ବାର୍ଷିକ ଗଣେଶ ମହୋତ୍ସବ ମହାସମାରୋହରେ ସମାପନ ହୋଇଯାଇଥିବା ଜଣାଯାଇଛି। ପୂଜା ଉପଲକ୍ଷେ ମଣ୍ଡପ ଓ ସାଂସ୍କୃତିକ ମଞ୍ଚକୁ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ଭାବରେ ସଜ୍ଜା ଯାଇଥିବାର ଦେଖା ଯାଇଥିଲା। ଭକ୍ତିପୂତ ଏବଂ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅପରାହ୍ନରେ ମଙ୍ଗଳମୂର୍ତ୍ତିଙ୍କର ପ୍ରତିଷ୍ଠା ବିଧି ମୁତାବକ ପୂଜାରୀ ରଘୁନାଥ ରଥଙ୍କ ଦ୍ଵାରା ସମ୍ପନ୍ନ କରାଯାଇଥିଲା। ଦିନ ୨: ୩୦ ସମୟରେ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ସେମାନଙ୍କର ପରିବାର ବର୍ଗଙ୍କ ସହିତ ବୁଦ୍ଧିଦାତାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

