୧୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ ଗ୍ରାମସ୍ଥିତ ୩୬ ତମ ଗଣେଶ ମହୋତ୍ସବର ସୋମବାର ଦିନ ସନ୍ଧ୍ୟାରେ ଉଦଯାପିତ ହୋଇଛି। ଏଥିରେ ଅନୁଷ୍ଠାନର ସଭାପତି ମାନସ ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ଦିଲୀପ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି,ସରପଞ୍ଚ ହାଡୁବନ୍ଧୁ ମହାପାତ୍ର ମୁଖ୍ୟବକ୍ତା,ପୂର୍ବତନ ସମିତିସଭ୍ୟ ଅଜୟ କୁମାର ମହାପାତ୍ର,ଶିକ୍ଷାପ୍ରେମୀ ରାଜ କିଶୋର ପାଣିଗ୍ରାହୀ ଓ ଜିଲ୍ଲା ଶିକ୍ଷା ବିକାଶ ସମିତି ପୂର୍ବ ସମ୍ଭାଗ ସଭାପତି କୁଳମଣି ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନୂତନ ପିଢ଼ିକୁ ସୁଯୋଗ ଦେଇଥାଏ ମହୋତ୍ସବ ବୋଲି ମତ ପ୍ରକାଶ କରିଥିଲେ ।
