ବିତର୍କ ବନ୍ଦ ହେଉ, ରେଭେନ୍ସାର ନାମ ଅପରିବତ୍ତିତ ରହୁ
ବିଶିଷ୍ଟ ବ୍ୟକ୍ତି ବିଶେଷ ଚିଠି ଲେଖିବେ ରଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀଙ୍କୁ
ଦେଶ ବିଦେଶରେ ଥିବା ରେଭେନ୍ସିୟ ମାନଙ୍କୁ ଏକାଠି କରାଯିବ
ସାଧାରଣ ଜନତାଙ୍କ ପାଖକୁ ଯିବ ଫୋରମ୍
୧୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ଏ ମଧ୍ୟରେ ରେଭେନ୍ସାର ନାମ ପରିବର୍ତ୍ତନ ପ୍ରସ୍ତାବକୁ ନେଇ ବହୁ ବିତର୍କ ହୋଇଗଲାଣି । ବିଭିନ୍ନ ଲୋକେ ନିଜର ମତକୁ ଜାହିର୍ କରିବା ପାଇଁ ଇତିହାସକୁ ନିଜ ନିଜ ଢ଼ଙ୍ଗରେ ପ୍ରକାଶ କରିବାରେ ଲାଗିଛନ୍ତି । ଆମେ ରେଭେନ୍ସାର ପୁରାତନ ଓ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ନ’ ଅଙ୍କ ଦୁର୍ଭିକ୍ଷ କିମ୍ବା ଅନ୍ୟକିଛି ଘଟଣା ଭିତ୍ତିରେ ଆମ ଶିକ୍ଷା ମାତୃକାର ନାମ ପରିବର୍ତ୍ତନକୁ ବିରୋଧ କରୁଛୁ । ନ ଅଙ୍କ ଦୁର୍ଭିକ୍ଷର ପରବର୍ତ୍ତୀ ସମୟରେ ଯେଉଁ ତଦନ୍ତ କମିଶନ ବସିଥିଲା ତାହା ଦୁର୍ଭିକ୍ଷ , ମହାମାରୀ ଓ ଜୀବନ ହାନି ପାଇଁ ରେଭେନ୍ସା ସାହେବ କେବଳ ଦାୟୀ ବୋଲି ଦୋଷାରୋପ କରିନଥିଲା | ରେଭେନ୍ସା ସାହେବ ଓଡ଼ିଶାରୁ ବିଦାୟ ନେଲା ପରେ ଯେଉଁମାନେ ତାଙ୍କ ନାମରେ କଟକ ମହାବିଦ୍ୟାଳୟକୁ ନାମିତ କରିବାକୁ ଚାହିଁଥିଲେ ସେମାନଙ୍କର ଦୁର୍ଭିକ୍ଷ ଓ ରେଭେନ୍ସାଙ୍କର କାର୍ଯ୍ୟ ବିଷୟରେ ପ୍ରତ୍ୟକ୍ଷ ଅନୁଭୂତି ଥିଲା। ସେତେବେଳର ନେତୃମଣ୍ଡଳୀ ଏହାକୁ ବିରୋଧ କରିନଥିଲେ ।ସେତେବେଳେ କେହି ବିତର୍କର ଆହ୍ବାନ ଦେଇନଥିଲେ । ରେଭେନ୍ସାଙ୍କୁ ନରହନ୍ତା କୁହାଯାଉନଥିଲା ।
