ନବୀନଙ୍କ କାମର ଶ୍ରେୟ ନେବା ପାଇଁ ବ୍ୟଗ୍ର ଆଜିର ସରକାର
ଓଡିଶାକୁ ସେମି କଣ୍ଡକ୍ଟର ହବ କରିବାରେ ନବୀନ ସରକାରଙ୍କ ଭୂମିକା ଅନନ୍ୟ
୦୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବର୍ତ୍ତମାନର ବିଜେପି ସରକାର କେବଳ ନବୀନ ସରକାରଙ୍କ ଅମଳରେ ହୋଇଥିବା ଅନେକ କାର୍ଯ୍ୟଗୁଡିକର ରିବନ କାଟି ଉଦଘାଟନ କରୁଛନ୍ତି ଓ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି । ତେଣୁ ଏହି ସରକାରକୁ ରିବନ କଟା ସରକାର କହିଲେ ଭୁଲ ହେବ ନାହିଁ ବୋଲି ବିଜୁ ଜନତା ଦଳର ମୁଖପାତ୍ର ତଥା ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି । ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ମିଶ୍ର କହିଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରୁଥିବା ଦେଖିବାକୁ ମିଳୁଛି ।
