Home ଓଡ଼ିଶା ଡିଆରଏମଙ୍କ ଅମୃତଭାରତଯୋଜନାରେ ନିର୍ମାଣାଧୀନ ପାରଳା ରେଳ ଷ୍ଟେସନ ପରିଦର୍ଶନ, ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ : ଡିଆରଏମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଭାରତ ସରକାରଙ୍କ ଅମୃତ ଭାରତ ଯୋଜନାରେ ପାରଳାଖେମୁଣ୍ଡି ରେଳଷ୍ଟେସନ ର ନବୀକରଣ ତଥା ନୂତନ କୋଠା ନିର୍ମାଣ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି ।ଏହି ନୂତନ ରେଳଷ୍ଟେସନ କୋଠାର ନିର୍ମାଣ କାର୍ଯ୍ୟ ତଦାରଖ ଓ ଅନୁଧ୍ୟାନ କରିବା ପାଇଁ ଆଜି ବିଶାଖାପାଟଣା ସ୍ଥିତ ଇଷ୍ଟ-କୋଷ୍ଟ ତଥା ପୂର୍ବତଟ ରେଳ ଡିଭିଜନର ଡିଆରଏମ: ଶ୍ରୀ ସୌରଭ ପ୍ରସାଦ ଏବଂ ତାଙ୍କ ସହ ବିଭାଗୀୟ ବରିଷ୍ଠ ବୈଷୟିକ ଅଧିକାରୀ ଦଳ ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଠାରେ ପହଞ୍ଚି ଥିଲେ । ନୂତନ ରେଳ ଷ୍ଟେସନ କୋଠା ନିର୍ମାଣର ସମସ୍ତ ଅଞ୍ଚଳ ଓ କୋଠରୀ ସବୁ ବୁଲି ଦେଖିବା ସହ ପ୍ଲାଟଫର୍ମ , ଓଭର ବ୍ରିଜ ସମେତ ଅନ୍ୟାନ୍ୟ ସୁବିଧା ବ୍ୟବସ୍ଥାର ନିର୍ମାଣ ସବୁ କିପରି ଚାଲିଛି , ସେ ସବୁ ପରିଦର୍ଶନ ଓ ଅନୁଧ୍ୟାନ କରି ବିଭାଗୀୟ ଅଧିକାରୀ ମାନଙ୍କ ସହ ପୁଙ୍ଖାନପୁଙ୍ଖ ଭାବେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ସହରର ବରିଷ୍ଠ ନାଗରିକ ମାନେ ବିଭିନ୍ନ ଜରୁରୀ ସୁବିଧା ବ୍ୟବସ୍ଥା କରିବା ପାଇଁ ୯ ଦଫା ସମ୍ମିଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ସେହି ଦାବୀ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ:ପାରଳାଖେମୁଣ୍ଡି ରେଳଷ୍ଟେସନର ୨ ନ: ପ୍ଲାଟଫର୍ମର ଉନ୍ନତିକରଣ ସହ ଦ୍ଵିତୀୟ ଲୁପ ଲାଇନ ନିର୍ମାଣ ,ଓଭର ବ୍ରିଜ ତୁରନ୍ତ ନିର୍ମାଣ , ଗୁଣପୁର-ବିଶାଖାପାଟଣା ଟ୍ରେନକୁ ଗୁଣ୍ଟୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ଏବଂ ସେହି ଟ୍ରେନରେ ଏ/ସି ବଗି ସଂଯୋଗୀ କରଣ ସହ ଗୁଣୁପୁର-ପୁରୀ ଟ୍ରେନରେ ଏକ ଏ/ସି ଚେୟାର ସଂଯୋଗୀକରଣ କରାଯିବା ପ୍ରଭୃତି ଦାବୀ ରହିଥିଲା । ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ ଡିଆରଏମ: ଶ୍ରୀ ସୌରଭ ପ୍ରସାଦ କହିଥିଲେ ଯେ , ନୌପଡ଼ା-ଗୁଣପୁର ରେଳ ସେକ୍ସନର ନିରାପତ୍ତା ଓ ନିର୍ମାଣ କାର୍ଯ୍ୟର ନିରୀକ୍ଷଣ କରିବା ସହ ମୁଖ୍ୟତଃ ଏହା ମଧ୍ୟରେ ରହିଥିବା ପାରଳାଖେମୁଣ୍ଡି ରେଳ ଷ୍ଟେସନର ଯେଉଁ ନୂତନ କୋଠା ସହ ବିଭିନ୍ନ ସୁବିଧା ବ୍ୟବସ୍ଥାର ଉନ୍ନତିକରଣ ଚାଲିଛି , ତାର ନିରୀକ୍ଷଣ କରିବା ପାଇଁ ଆସିଛୁ ।ନୂତନ କୋଠା ନିର୍ମାଣ ସହ ବିଭିନ୍ନ ସୁବିଧାର ଉନ୍ନତିକରଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ପ୍ଲାଟଫର୍ମ ନିର୍ମାଣ କାର୍ୟ୍ୟ ସମ୍ପ୍ରସାରଣ ଓ ଅନ୍ୟାନ୍ୟ କାର୍ଯ୍ୟ ପ୍ରାୟତଃ ସମ୍ପୂର୍ଣ ହୋଇଥିବା ବେଳେ ଅତିରିକ୍ତ ପାର୍କିଂ ଏରିଆ ସହ ବ୍ୟବସାୟିକ ବ୍ୟବସ୍ଥାର ଉନ୍ନତି ପାଇଁ ମଧ୍ୟ ସ୍ଥାନ ନିରୂପଣ ହୋଇସାରିଛି କୋଚରେଷ୍ଟ୍ର ମଧ୍ୟ ଏଠାକୁ ଆସିବାର ଅଛି , ସେଥିପାଇଁ ଟେଣ୍ଡର ପ୍ରକ୍ରିୟା ଜାରୀ କରାଯାଇଛି । ପୂର୍ବରୁ ଏହି ରେଳ ଷ୍ଟେସନ ଏରିଆ ଛୋଟ ଥିବା ବେଳେ ବର୍ତ୍ତମାନ ଏହାକୁ ବହୁତ ବଢାଇ ଦିଆଯାଇଛି । ଏଥିସହ ବିଭିନ୍ନ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି । ତେଣୁ ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ନିର୍ମାଣ କାର୍ୟ୍ୟ ଶେଷ ହୋଇଯିବ ବୋଲି କହିଛନ୍ତି ଅନ୍ୟପକ୍ଷରେ ଜିଆରପି: ଓ ଆରପିଏଫ ବ୍ୟବସ୍ଥା ଦିଗରେ ଯେଉଁ ସବୁ ସୁବିଧା ହେବାକୁ ଅଛି , ତାହା ସମୀକ୍ଷା କରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ । ପାରଳାଖେମୁଣ୍ଡି ଠାରୁ ଯେଉଁ ନୂତନ ଟ୍ରେନ ଚଳାଚଳ କରିବା ପାଇଁ ଦାବୀ ରହିଛି , ସେ ସବୁ ଦାବୀ ଆମକୁ ଆସିଛି , ସେହି ଦାବୀ ସବୁକୁ ଆମେ ରେଳବାଇ ମୁଖ୍ୟାଳୟ ତଥା ରେଳ ବୋର୍ଡ କୁ ପଠାଇ ଦେଇଛୁ । ସେ ଦିଗରେ କୌଣସି ନିଷ୍ପତ୍ତିର ଆଦେଶ ଆସିବା ମାତ୍ରେ ଆମେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବୁ ବୋଲି ଡିଆରଏମ: ଶ୍ରୀ ସୌରଭ ପ୍ରସାଦ କହିଛନ୍ତି ।ଡ଼ିଆରଏମ: ଶ୍ରୀ ସୌରଭ ପ୍ରସାଦଙ୍କ ଏହି ପରିଦର୍ଶନ ବେଳେ ତାଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେଏଡିଆରଏମ ଶ୍ରୀ ଏସ କେ: ଗୁପ୍ତା , ଡିଏମ-ୱେଷ୍ଟ ଶ୍ରୀ କେ: ଭି: ରାବଣା , ସିନିଅର ଡିଏସଟିଇ: ଶ୍ରୀ ଦିନେଶ ଶର୍ମା , ସିନିଅର ଡିସିଏମ: ଶ୍ରୀ ପୱାନ କୁମାର ଏବଂ ସିନିଅର ଡିଓଏମ: ଶ୍ରୀ ଅଭିନାଶ ଶର୍ମା ପ୍ରମୁଖଙ୍କ ସମେତ ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଆସିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026