ଜଟଣୀର ଜଣାଶୁଣା ବିଶିଷ୍ଟ ସମାଜସେବୀ : ପ୍ରଶନ୍ନ ଭାଇଙ୍କ ଜନ୍ମଦିନ ପାଳିତ

୦୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ  :-> ଜଟଣୀର ଜଣାଶୁଣା ବିଶିଷ୍ଟ ସମାଜସେବୀ, ଜଟଣୀ ବିକାଶ ପରିଷଦର ଉପଦେଷ୍ଟା ପ୍ରସନ୍ନ ପାଟ୍ଟଶାଣୀ (ପ୍ରସନ୍ନ ଭାଇ)ଙ୍କ ୭୦ ତମ ଜନ୍ମଦିନ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ପରିଷଦର ଅସ୍ଥାୟୀ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ଓ ସଂପାଦକଙ୍କ ସହିତ ପ୍ରାୟ ଚାଳିଶରୁ ଉର୍ଦ୍ଧ୍ବ ସଦସ୍ୟ ଏଥିରେ ସାମିଲ ହୋଇ ମିଳିତ ଭାବେ କେକ୍ କାଟିବା ସହିତ ଶ୍ରୀ ପାଟଶାଣୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ ।

ସଭାପତି ଶ୍ରୀଯୁକ୍ତ ବିଜୟ ଛୋଟରାୟ ତାଙ୍କର ସଂକ୍ଷିପ୍ତ ଅଭିଭାଷଣରେ କହିଥିଲେ ଯେ’ ସମସ୍ତ ସଦସ୍ଯଙ୍କ ଯୋଗଦାନ ବିକାଶ ପରିଷଦର ସମସ୍ତ କାର୍ଯ୍ଯକ୍ରମକୁ ଶିଖରରେ ପହଞ୍ଚାଇବ,ଏ ଦୃଢ ବିଶ୍ବାସ ମୋର ଅଛି ପରିଷଦର ଆଭିମୁଖ୍ୟ ଓ ଲକ୍ଷ୍ୟ ଏହିଭଳି ପରସ୍ପରଙ୍କ ସୁଖ ଦୁଃଖରେ ସାମିଲ ହେବା । ଯାହା ଆଜି ପ୍ରସନ୍ନ ଭାଇଙ୍କ ଜନ୍ମଦିନରେ ଦେଖାଯାଇଛି ।

ଆଗାମୀ ଦିନରେ ସମସ୍ତ ସଦସ୍ୟଙ୍କ ଜନ୍ମଦିନ ଏହିଭଳି ପାଳନ କରିବା ସହିତ ଜଟଣୀର ବିକାଶ ପାଇଁ ଚେଷ୍ଟା କରିବା । ପରି ଶେଷରେ ସଂଗଠନର ସଂପାଦକ ଶ୍ରୀ ସୁଶାନ୍ତ କୁମାର ରାଉତ ସମସ୍ତ ସଦସ୍ଯ ମାନଙ୍କ ଯୋଗଦାନ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ଶ୍ରୀ ରାଜ କିଶୋର ପଟ୍ଟନାୟକ ଏବଂ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର କାର୍ଯ୍ଯକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ ।

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ଅଧ୍ୟକ୍ଷ ଜୟକୃଷ୍ଣ ମହାପାତ୍ର, ବାରଭୁଜା ଶ୍ରମିକ ସଂଘ ସଭାପତି ହରିହର ପରିଡ଼ା,ଗୁଣ୍ଡୁଚି ଛୁଆଳସିଂ, ପ୍ରମୋଦ ରାଉତ,ସୁଶାନ୍ତ ପାଲଟାସିଂ, ସନ୍ତୋଷ ହୋତା, ବିଜୟ ପଣ୍ଡା,ଶଶାଙ୍କ ରାୟ, ନିରୁ ସାହୁ ଏବଂ ସାମ୍ୱାଦିକ ଇଫତେଖାର ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version