Home ଓଡ଼ିଶା ରାକେଶ ଚୌରାସିଆଙ୍କ ବଂଶୀ ଓ ଓଜସ ଅଧିୟାଙ୍କ ତବଲା ବାଦନର ଯୁଗଳବନ୍ଦୀରେ ଦର୍ଶକ ମନ୍ତ୍ରମୁଗ୍ଧ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବର ପଞ୍ଚମ ସନ୍ଧ୍ୟାରେ ୦୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବର ପଞ୍ଚମ ସନ୍ଧ୍ୟାରେ ପ୍ରଖ୍ୟାତ ହିନ୍ଦୁସ୍ତାନୀ ବଂଶୀବାଦକ ରାକେଶ ଚୌରାସିଆ ଓ ପ୍ରସିଦ୍ଧ ତବଲା ବାଦକ ଓଜସ ଅଧିୟାଙ୍କ ଯୁଗଳବନ୍ଦୀ ଦେଖିବାକୁ ମିଳିଥିଲା । ପଞ୍ଚମ ସନ୍ଧ୍ୟାର ଅତିଥିମାନେ ଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଡକ୍ଟର ବିଜୟ କେତନ ଉପାଧ୍ୟାୟ; ପାରାଦୀପ ଫସଫେଟ ଲିମିଟେଡ଼ର କରପୋରେଟ ବ୍ୟାପାର ମୁଖ୍ୟ ଶ୍ରୀଯୁକ୍ତ ସୁଦ୍ଧି ରଞ୍ଜନ ମିଶ୍ର ଏବଂ ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କଳା, ଯୋଗାଯୋଗ ଓ ଇଣ୍ଡିଜ ଷ୍ଟଡିଜ୍ ଅଧ୍ୟାପକ ଗୁରୁ ରତିକାନ୍ତ ମହାପାତ୍ର । ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଯୁଗଳବନ୍ଦୀ ଯାହାକୁ ଉପସ୍ଥାପିତ କରିଥିଲେ ପ୍ରଖ୍ୟାତ ହିନ୍ଦୁସ୍ତାନୀ ବଂଶୀବାଦକ ରାକେଶ ଚୌରାସିଆ ଓ ପ୍ରସିଦ୍ଧ ତବଲା ବାଦକ ଓଜସ ଅଧିୟା । ଦୁଇଜଣ ହେଉଛନ୍ତି ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଆଗ ଧାଡ଼ିର ସଙ୍ଗୀତଜ୍ଞ । ସେମାନେ ଶାସ୍ତ୍ରୀୟ ହିନ୍ଦୁସ୍ତାନୀ ସଙ୍ଗୀତର ଗଭୀରତାକୁ ବେଶ୍ ଭଲ ଭାବରେ ହୃଦୟଙ୍ଗମ କରି ତାଙ୍କର ନିଜ ଘରାନାର ବାଦ୍ୟ ଶୈଳୀକୁ ଦର୍ଶକଙ୍କ ଆଗରେ ଉପସ୍ଥାପିତ କରିଥିଲେ ଯାହା ଦର୍ଶକଙ୍କୁ ଆନନ୍ଦ ପ୍ରଦାନ କରିଥିଲା । ଉଭୟ କଳାକାର ସେମାନଙ୍କ ବାଦନ ଶୈଳୀରେ ଉତ୍କର୍ଷତା ଏବଂ ପ୍ରତିବଦ୍ଧତା ପାଇଁ ପ୍ରସିଦ୍ଧ ଲାଭ କରିଛନ୍ତି । ବିଶିଷ୍ଟ ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ପ୍ରମୁଖ ଶିଷ୍ୟ ରାକେଶ ଚୌରାସିଆ ପରୀକ୍ଷାମୂଳକ ଶାସ୍ତ୍ରୀୟ ସଙ୍ଗୀତରେ ନିଜର ଶକ୍ତି ଓ ଶାନ୍ତିର ମିଶ୍ରଣ ପାଇଁ ପ୍ରସିଦ୍ଧ ଅର୍ଜନ କରି ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ବଂଶୀ ବାଦନକୁ ଆଗକୁ ବଢାଇ ପାରିଛନ୍ତି । ସେହିପରି ଓଜସ ଅଧିୟା ଅଜରାଡ଼ା ଘରାନାର ଶ୍ରୀ ମୃଦଙ୍ଗରାଜଜୀଙ୍କ ଶିଷ୍ୟ ଅଟନ୍ତି । ତବଲା ବାଦନରେ ତାଙ୍କର ଅସାଧାରଣ ବୈଷୟିକ ଦକ୍ଷତା, ଏକ ବିସ୍ତୃତ ଜ୍ଞାନର ଆଧାର ସହିତ ତାଙ୍କ ପରିବେଷଣରେ ସ୍ୱଚ୍ଛତା ଦେଖିବାକୁ ମିଳିଥିଲା । ଗୁରୁ ରତିକାନ୍ତ ମହାପାତ୍ର ସମଗ୍ର ଉତ୍ସବଟିର ପରିକଳ୍ପନା ଓ କାର୍ଯ୍ୟକାରୀ କରିଥିଲାବେଳେ ଶ୍ରୀ ଦେବୀପ୍ରସାଦ ମିଶ୍ର ତାଙ୍କୁ ସହଯୋଗ କରିଥିଲେ । ଡଃ. ମୃତ୍ୟୁଞ୍ଜୟ ରଥ ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବକୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମର୍ଥନ କରୁଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ଏମ୍.ଜି.ଏମ୍ ମିନେରାଲ୍ସ ଏବଂ ଶାଲିମାର କେମିକାଲ୍ ୱାର୍କସ୍ ଲିମିଟେଡ୍ଙ୍କ ଠାରୁ ଅନୁଦାନ ଗ୍ରହଣ କରାଯାଇଅଛି । ଶାଲିମାର୍ କୋକାନଟ୍ ଅଏଲ୍, ନାଲକୋ, ଏସ୍.ବି.ଆଇ, ଇମ୍ଫା, ପ୍ରିୟଦର୍ଶିନୀ ହାଣ୍ଡଲୁମ୍ ଏବଂ ପାରାଦୀପ ଫସଫେଟ୍ ଲିମିଟେଡ୍ ଉତ୍ସବର ପ୍ରାୟୋଜକ ଅଟନ୍ତି । ଏହି ଉତ୍ସବର ଆତିଥ୍ୟକୁ ରୋଏଲେ ମିଡଟାଉନ୍ ହୋଟେଲ ପ୍ରଦାନ କରୁଛନ୍ତି । ଏହି ଉତ୍ସବର ଧରିତ୍ରୀ, ଓଡ଼ିଶା ପୋଷ୍ଟ ଏବଂ ନର୍ଥକୀ ଡଟ୍ କମ୍ ଯଥାକ୍ରମେ ମିଡିଆ ପାର୍ଟନର ଏବଂ ୱେବ୍ ପାର୍ଟନର ଅଟନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ରିଜିଓନାଲ ଏଆଇଏମ ସମ୍ବାଦ-ଇଷ୍ଟ ଚାପ୍ଟର ଆୟୋଜିତ by Proprietor Abhimanyu Maharana July 6, 2026 ତୁରେକେଲାରେ ୭୭ତମ ବନ ମହୋତ୍ସବ : ଆଗାମୀ ପିଢ଼ି ପାଇଁ ଗଛ ଲଗାଇବାକୁ ଆହ୍ୱାନ by Proprietor Abhimanyu Maharana July 6, 2026 ମହାପ୍ରଭୁଙ୍କ ସେବାରେ ସର୍ବକନିଷ୍ଠ ଦଇତାପତି ଶ୍ରୀଅଂଶ by Proprietor Abhimanyu Maharana July 6, 2026 ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ଜଣ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର by Proprietor Abhimanyu Maharana July 6, 2026 ରଥଯାତ୍ରା ପାଇଁ ଜଳ-ସ୍ଥଳ-ଆକାଶପଥ ଉପରେ - ପୋଲିସ ରଖିବ ନଜର by Proprietor Abhimanyu Maharana July 6, 2026 ଲଘୁଚାପଜନିତ ଲଗାଣ ବର୍ଷାର ପ୍ରଭାବ : ଗଛ ପଡି ରାସ୍ତା ଅବରୋଧ - ବାଲିଗୁଡା ଅଞ୍ଚଳ ବାସୀ ସମ୍ପୂର୍ଣ୍ଣ ଅନ୍ଧାରରେ by Proprietor Abhimanyu Maharana July 6, 2026