ସିଏମ କିଷାନ ସହାୟତା ର ଶୁଭାରମ୍ଭ

୦୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ପବିତ୍ର ନୂଆଖାଇ ଅବସର ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ସିଏମ କିଷାନ ସହାୟତା ର ଶୁଭାରମ୍ଭ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଡିଟରିମରୁ ଭିଡ଼ିଓ କନଫରେନ୍ସ ଯୋଗେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ଅପରାହ୍ନ ୪:୩୦ ରେ କରିଥିଲେ l ଖୋର୍ଦ୍ଧାର owsan ଭିଡ଼ିଓ କନଫ୍ୱରେନ୍ସ ରେ ଏହି କାର୍ଯ୍ୟକ୍ରମରେ ଯୋଡିହେଇଥିଲେ ମାନ୍ୟବର ମନ୍ତ୍ରୀ ଆଇନ,ପୂର୍ତ୍ତ ଓ ଅବକାରୀ ବିଭାଗ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ, ମାନ୍ୟବର ବିଧାୟକ ଖୋର୍ଦ୍ଧା ପ୍ରଶାନ୍ତ କୁମାର ଜଗଦେବ ।

ସିଏମ କିଷାନ ଓଡିଶା ସରକାରଙ୍କ ରାଜ୍ୟ ଯୋଜନା ଅନ୍ତର୍ଗତ ଏକ କୃଷକ କଲ୍ୟାଣକାରୀ ଯୋଜନା । ଉକ୍ତ ଯୋଜନା ର ସହାୟତା ର ଶୁଭାରମ୍ଭ ସିଏମ -କିସାନ ପୋର୍ଟାଲ ର ଉନ୍ମୋଚନ, ପିଏମ କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନ, କୃଷକ ଓଡ଼ିଶାର ଏକିକୃତ ପୋର୍ଟାଲ ର ଉନ୍ମୋଚନ କରାଯାଇଛି । ପ୍ରଚଳିତ ନିର୍ଦେଶଶାବଳି ଅନୁସାରେ ସିଧାସଳଖ ସହାୟତା ରାଶି, ସିଏମ କିଷାନ ଯୋଜନା ରେ ଆନ୍ତର୍ଭୂକ୍ତ ଚାଷୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟ କୁ ୨ ଗୋଟି ସମାନ କିସ୍ତି ରେ ବାର୍ଷିକ ୪୦୦୦ ଟଙ୍କା ପ୍ରଦାନ କରାଯିବ ।

ସି ଏମ୍- କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଆବଶ୍ୟକୀୟ ଦସ୍ତାବିଜ୍ ଓ ମାନଦଣ୍ଡ :-

କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ନିମନ୍ତେ :-

୧. ଆଧାର କାର୍ଡ
୨. ଆଧାର ସଂଯୁକ୍ତ ବ୍ୟାଙ୍କ ଖାତା
୩. ଜମି ପଟ୍ଟା
୪. ରାସନ୍ କାର୍ଡ ଏହା ସହିତ କୃଷକ ଓଡିଶା ପୋର୍ଟାଲରେ ନିଜର ଜମି କୁ ସଂଯୁକ୍ତ କରିବା ସହିତ ନିଜ ର ଫୋନ ନମ୍ବର ଓ ଆଧାର ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୁକ୍ତ କରିବା ଆବଶ୍ୟକ l ଭୁମିହୀନ କୃଷକ ପରିବାରଙ୍କ ନିମନ୍ତେ l 
୧. ଆଧାର କାର୍ଡ
୨. ଆଧାର ସଂଯୁକ୍ତ ବ୍ୟାଙ୍କ ଖାତା
୩. କାର୍ଯ୍ୟ ପତ୍ର
୪. ରାସନ୍ କାର୍ଡ

ଅଦ୍ୟାବଧି ଖୋର୍ଦ୍ଧା ଜିଲ୍ଲା ର ୧୧୨୦୧୪ ଜଣ କ୍ଷୁଦ୍ର ଓ ନାମାତ୍ର ଚାଷୀ ଓ ୭୮୧୬୭ ଜଣ ଭୁମିହୀନ କୃଷକ ପରିବାର କାଳିଆ ଯୋଜନାର ଲାଭ ପାଉଛନ୍ତି l ଯୋଗ୍ୟ ବିବେଚିତ କାଳିଆ ହିତାଧିକାରୀମାନେ ସି ଏମ୍- କିଷାନ ଯୋଜନାରେ ଲାଭ ପାଇପାରିବେ l ବାଦ୍ ପଡିଯାଇଥିବା ଚାଷୀମାନେ ନୂତନ ସି ଏମ୍- କିଷାନ ପୋର୍ଟାଲରେ ଆବେଦନ କରିପାରିବେ l ଆଜି ସି ଏମ୍- କିଷାନ ଯୋଜନାର ସହାୟତା ହସ୍ତାନ୍ତର ଉପଲକ୍ଷେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ ରୁ ୨୫ ଜଣ ଚାଷି ଅଂଶଗ୍ରହଣ କରିଛନ୍ତି l

ଏତଦ୍ ବ୍ୟତୀତ ପ୍ରତି ବ୍ଲକ୍ ରେ ୧୦ ଜଣ ଚାଷୀ ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମ ପାଇଁ ଉପସ୍ଥିତ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ,/ଜିଲ୍ଲାପାଳ , ଖୋର୍ଦ୍ଧା ଚଞ୍ଚଳ ରାଣା/ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ସାଫଲ୍ୟ ମଣ୍ଡିତ ପ୍ରଧାନ/ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ, କସ୍ତୁରୀ ବାଳା ଜେନା/ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ଦିପ୍ତି ରଞ୍ଜନ ସେଠି/ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଡ଼ଃ ପ୍ରଦିପ୍ତ ପଣ୍ଡା,/ସି ଡିଭିଓ/ ଆସିଷ୍ଟାଣ୍ଟ ଡିରେକ୍ଟର, ହର୍ଟିକଲଚର/ଜିଲ୍ଲା ମତ୍ସ୍ୟାଧିକାରୀ/ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜ୍ୟୋସ୍ନା ମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଥିଲେ ।

Exit mobile version