୦୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ରାୟଗଡ଼ ଥାନା ପୁଲିସ ପକ୍ଷରୁ ଶୁକ୍ରବାର ପେଟ୍ରୋଲିଂ କରାଯାଉଥିବା ସମୟରେ ଆନ୍ଧ୍ରକୁ ଗଞ୍ଜେଇ ଚୋରାଚାଲାଣ ବେଳେ ନାରାୟଣପୁର ଗ୍ରାମ ନିକଟରେ ଏକ ଅଟୋ ସହ ଗଞ୍ଜେଇ ଜବତ କରାଯାଇଛି. ଏଥିରେ ଚୋରା ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାଯାଇଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଗଣ୍ଡାହାତୀ ଗ୍ରାମର ଅଟୋ ଡ୍ରାଇଭର ଧୀରେନ୍ ଜେନା I
