୦୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡ଼ଚଣା :-> ଯାଜପୁର ଜିଲ୍ଲା ବଡଚଣା ବ୍ଲକର ପାରିଆ ପଞ୍ଚାୟତରେ ପ୍ରତିଷ୍ଠା ହେବାକୁ ଯାଉଛି କ୍ରୋମାଇଟ୍ ୱାସିଂ ପ୍ଲାଣ୍ଟ। ଯାହାର ବାର୍ଷିକ ଶୂନ ଦଶମିକ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ କ୍ରୋମ ଓର୍ ବେନେଫିସିଏସନ୍ ପ୍ରକଳ୍ପ ପ୍ରତିଷ୍ଠା କରିବ ମେସର୍ସ ମଦର ରିସୋର୍ସଏସ୍ ଏଣ୍ଡ କୋ. କମ୍ପାନୀକୁ ଏଥି ପାଇଁ ଆବଶ୍ୟକ ପରିବେଶ ମଞ୍ଜୁରୀ ନିମନ୍ତେ ରାଜ୍ୟ ପରିବେଶ ପ୍ରଭାବ ମୂଲ୍ଯାଙ୍କନ କର୍ତ୍ତୃପକ୍ଷ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଆବେଦନ କରିଛନ୍ତି. ଆଉ ଏଥି ନିମନ୍ତେ ଜନ ଶୁଣାଣି ଆସନ୍ତା ୧୧ ତାରଖରେ ହେବ ବୋଲି ପ୍ରଶାସନ ତଥା ପ୍ରଦୂଷଣ ବୋର୍ଡ ପକ୍ଷରୁ ନୋଟିସ ହୋଇଛି. ତାହା ବି ସ୍ଥାନୀୟ ଲୋକଙ୍କ ଅଗୋଚରରେ ରହିଥିଲେ ବି ପ୍ଲାଣ୍ଟ ପ୍ରତିଷ୍ଠାକୁ ବିରୋଧ କରିଛନ୍ତି ଏଠାକାର ଲୋକେ ।
