୦୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶିର୍ବାଦରୁ ୧୧ ତାରିଖ ବୁଧବାର ଦିନ ୧୧ଟାରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ଥିବା ଅରୁନ୍ଧତୀ ଜୁଏଲର୍ସ ତାର ନବମ ସୋ ରୁମ ଗ୍ରାହକଙ୍କ ପାଇଁ ସମର୍ପିତ ହେବ । ୨୫ ବର୍ଷ ଧରି ଓଡ଼ିଶାବାସୀଙ୍କ ଏହି ପ୍ରିୟ ଜୁଏଲର୍ସ ତାର ପୁରୀରେ ରୌପ୍ଯ ଜୟନ୍ତୀ ପାଳନ କରିବ । ଏସମ୍ପର୍କରେ ଅରୁନ୍ଧତୀ ଜୁଏଲର୍ସର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେର ଗଣମାଧ୍ୟମଙ୍କୁ ସୂଚନା ପ୍ରଦାନ କରିଛନ୍ତି । ଉତ୍କଳ କଳା ପରମ୍ପରା ଓ ଶୁଦ୍ଧତାକୁ ନେଇ ସୁନା ଗହଣା ଗ୍ରାହକଙ୍କୁ ସେବା ଯୋଗାଇ ଆସୁଛି ।

