୦୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମରେ ଆଠଗୋଟି ଗଣେଶ ମଣ୍ଡପରେ ପ୍ରଭୁ ଗଜାନନ ଶନିବାର ଠାରୁ ପୂଜା ପାଉଛନ୍ତି । ରଙ୍ଗୀନ ଆଲୋକ ସାଜସଜ୍ଜା ସାଙ୍ଗକୁ ବିଭିନ୍ନ ମଣ୍ଡପରେ ସାସ୍କୃତିକ କାର୍ଯ୍ୟ କରାଯାଉଥିବାରୁ ସନ୍ଧ୍ୟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଜନସାଧାରଣ ସେମାନଙ୍କର ପିଲାମାନଙ୍କୁ ସାଥିରେ ଧରି ବିଭିନ୍ନ ପୂଜା ମଣ୍ଡପ ବୁଲିବୁଲି କରୁଥିବା ଦେଖିବାକୁ ମିଳୁଛି ।

