ପରକୀୟା ପ୍ରୀତି ପାଇଁ ଯୁବକ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦୁଇ ଭାଇ ଜେଲ୍ ଗଲେ

୦୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପିପିଲି :-> ପିପିଲି ସାନକଣ୍ଟି ପଞ୍ଚାୟତ ରେ ଘଟୁଥିବା ପରକୀୟା ପ୍ରୀତି ପାଇଁ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ପିପିଲି ପୋଲିସ । ମୁଖ୍ୟ ଅଭିଯୁକ୍ତ ସହ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ ପରେ ଜେଲ୍ ହାଜତକୁ ପଠାଯାଇଛି । ପରକୀୟା ପ୍ରୀତି ପାଇଁ ଯୁବକଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପିପିଲି ଏସ୍ ,ଡିପିଓ ବିରଞ୍ଚି ନାରାୟଣ ପତି । ହତ୍ୟାରେ ସଂପୃକ୍ତ ଥିବା ସେହି ଗ୍ରାମର ମହିଳାଙ୍କ ସ୍ଵାମୀ ତପନ ଦାସ ଓ ଦିଅର ଅନାଦି ଦାସ କୁ ପିପିଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ,ଗତ ୧ ତାରିଖ ରାତିରେ ମୃତ ଯୁବକ ବବୁଲ ପାଇକରାୟ ଘରୁ ଯାଇ ଆଉ ଘରକୁ ଫେରିନଥିଲେ ।

ନିସ୍ତେଜ ଅବସ୍ଥାରେ ବବୁଲଙ୍କ ମୃତ ଦେହ ଗାଁ ନିକଟ ଏକ ଚାନ୍ଦିନୀ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା।ବବୁଲ ଙ୍କ ମୃତ ଦେହକୁ ଦେଖି ତାଙ୍କ ବାପା ବିବେକାନନ୍ଦ ପାଇକରାୟ ପୁଅକୁ କେହି ହତ୍ୟା କରିଥିବା ସନ୍ଦେହ କରି ପିପିଲି ଥାନାରେ ଅଭିଯୋଗ କରିଥିଲେ। ବବୁଲ ଓ ଜୈନକା ମହିଳାଙ୍କ ମଧ୍ୟରେ ଦୀର୍ଘ ଦିନରୁ ରହିଆସୁଥିବା ଅନୈତିକ ସମ୍ପର୍କ ବା ପରକୀୟା ପ୍ରୀତି ପାଇଁ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ ସ୍ପଷ୍ଟ କରିଥିବା ବେଳେ ହତ୍ୟା କାଣ୍ଡରେ ଏହି ଦୁଇ ଭାଇଙ୍କ ବ୍ୟତୀତ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ତାହା ଜାଣିବା ପାଇଁ ଅଧିକ ତଦନ୍ତ କରାଯାଉଛି ବୋଲି ପିପିଲି ଏସଡିପିଓ କହିଛନ୍ତି ।

ତେବେ ତଦନ୍ତ ରେ କାହାର ସମ୍ପୃକ୍ତି ରହିଥିଲେ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଏହି ହତ୍ୟା ଘଟଣାରେ ଅନାଦି ତାର ଭାଇ ସହ ତାଙ୍କ ବାପା ଓ ଉକ୍ତ ମହିଳା ଙ୍କ ସଂପୃକ୍ତି ଥିବା ନେଇ ମୃତ ବବୁଲ ଙ୍କ ବାପା ବିବେକାନନ୍ଦ ଅଭିଯୋଗ କରିଛନ୍ତି । ଏ ନେଇ ସେ ଚାରିଜଣଙ୍କ ନାମରେ ଅଭିଯୋଗ କରିଥିବାବେଳେ ପୋଲିସ ଅନାଦି ର ବାପା ଓ ଉକ୍ତ ମହିଳାଙ୍କୁ ଛାଡ଼ି ଦେଇଥିବା ନେଇ ସେ କ୍ଷୋଭ ପ୍ରକାଶ କରି ପୁରୀ ଏସପିଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ।

Exit mobile version