୦୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନୂଆ ଖୋଲମରା ଗ୍ରାମର ଜ୍ୟୋର୍ତ୍ରିବିତ୍ ପୂର୍ଣ୍ଣ ଚନ୍ଦ୍ର ଗ୍ରହାଚାର୍ଯ୍ୟ ଙ୍କ ପୁତ୍ର ଶାନ୍ତନୁ ଗ୍ରହାଚାର୍ଯ୍ୟ ସମଗ୍ର ପୁରୀ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଥିବାରୁ ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଙ୍କ ପକ୍ଷରୁ ଶୁଭେଚ୍ଛା ବାର୍ତ୍ତା ସୁଅ ଛୁଟିଛି l ତୁଳସୀ ଦୁଇପତ୍ରରୁ ବସିଲା ଭଳି ପିଲା ଦିନରୁ ବାପା ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ନିଜ ଅଞ୍ଚଳ ରେ ସ୍କୁଲ ଜୀବନ ରୁ ପାରଦର୍ଶିତା ହାସଲ କରିଛନ୍ତି l ଏବେ ସିଏ ଜୋତିଶ ଶାସ୍ତ୍ରରେ ନିପୁଣ ଏବଂ ବାସ୍ତୁ ଶାସ୍ତ୍ର ବିଶାରଦ ପ୍ରଥମ ଥର ବାସ୍ତୁଶାସ୍ତ୍ରରେ PHD, GOLDMEDAL,ଏବଂ ଡ଼କ୍ଟରିଟ ଉପାଧି ହାସଲ କରିଛନ୍ତି l

