ଜଙ୍କିଆ ପଲ୍ଲିଉସବ ୨୦୨୪ ଉଦଘାଟନ

୦୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଙ୍କିଆ  :-> ଟାଙ୍ଗୀ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଅଧିନସ୍ଥ ବାଲିଗାଡିଆ ଠାରେ ଥିବା ବାସନ୍ତୀ କ୍ଳବ ପଡ଼ିଆ ପରିସରରେ ୨୦୨୪ ପଲ୍ଲିଉସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପଜର୍ଜିତା ସଢଙ୍ଗୀ ଓ ଖୋର୍ଦ୍ଧା ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପୁର୍ବତନ ବିଜେପି ସଭାପତି ନିକୁଞ୍ଜ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ଜଳେଇ, ଦିପୁହୋତା ପ୍ରମୁଖ ଉପସ୍ଥିତ ଥିଲେ

ଅନ୍ୟମାନଙ୍କ ମଧ୍ଯରେ ଖୋର୍ଦ୍ଧା ବିଜେପି ଜିଲ୍ଲା ସଂଯୋଜକ କେଳୁଚରଣ ଜଗଦେବ ସ୍ଥାନୀୟ ସରପଞ୍ଚ ପଙ୍କଜୀନି ବଳବନ୍ତରାୟ ଉପସ୍ଥିତରେ ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦିପ ପ୍ରଜ୍ବଳନ କରାଯାଇଥିଲା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଦତ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ସଭା ପରିଚାଳନା କରିଥିବାବେଳେ ସଂଯୋଜକ ଭୁଷଣ ଛୋଟରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ସାଂସଦ ଓ ବିଧାୟ ନିଜସ୍ବ ପାଣ୍ଠିରୁ ଦଶଲକ୍ଷ ଟଙ୍କା ପଡ଼ିଆ ର ଗେଟ୍ କାର୍ଯ୍ୟ କରିବା ପାଇଁ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମ ୭ ଦିନ ବ୍ୟାପୀ ହେଉଅଛି କାର୍ଯ୍ୟକ୍ରମ କୁ ଉପଭୋଗ କରିବା ପାଇଁ ସ୍ଥାନୀୟ ଅଞ୍ଚଳରୁ ସହ ସହ ଲୋକଙ୍କ ଭିଡ଼ ଲାଗିରହିଛି ।ମିନାଵଜାର ସହ ସୁସ୍ବାଦୁ ଖାଦ୍ୟର ପସରା ପଡ଼ିଥିବା ବେଳେ ବିଭିନ୍ନ ଷ୍ଟଲ୍ ଦେଖିବାକୁ ମିଳିଛି । ପ୍ରତେକ ସନ୍ଧ୍ୟାରେ ଏକ ସାଂସୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଉତ୍ସବ କୁ ସ୍ଥାନୀୟ ଲୋକମାନେ ବେଶ୍ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।

 

Exit mobile version