୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ଗ୍ରାମ୍ୟ କମିଟି ତରଫରୁ ଶିବ ମନ୍ଦିର ପ୍ରାଙ୍ଗଣରେ ଦୁର୍ଗାପୂଜା ଓ ଦଶହରା ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟକମିଟି ସଭାପତି ଧିରଜ କୁମାର ପତି ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବୁଡ଼ାଗୁଡା ଠାରେ ଚଳିତ ବର୍ଷ ଆଶ୍ଵିନ ମାସ ୧୩ ତାରିଖ ଦଶହରା ଦିନ ପ୍ରଥମ ରାତ୍ରିରେ ସାମାଜିକ ନାଟକ ଏବଂ ଦ୍ୱିତୀୟ ଓ ତୃତୀୟ ରାତ୍ରରେ ରାମାୟଣ ନାଟକ ଆୟୋଜନ କରାଯିବ ବୋଲି ହେବ ବୋଲି ଗ୍ରାମ୍ୟକମିଟି ନିଷ୍ପତି ନେଇଛନ୍ତି ।

