୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ଓଡ଼ିଶାର ଗଣପର୍ବ ନୂଆଁଖାଇ ବାଲିଗୁଡା ତଥା ଆଖପାଖ ଅଞ୍ଚଳ ଲଣ୍ଡାଗାଁରେ ମଧ୍ୟ ଧୁମଧାମରେ ପାଳିତ ହୋଇଯାଇଛି । ଏଥିପାଇଁ ଘରେ ଘରେ ଜମୁଛି ପିଠା ପଣାର ଆସର । ଇଷ୍ଟ ଦେବାଦେବୀ ଓ ପିତୃପୁରୁଷଙ୍କ ନିକଟରେ ନାବନ୍ନ ଲାଗି କରିଛନ୍ତି ଲଣ୍ଡାଗାଁ ଅଞ୍ଚଳ ବାସୀ। ଚାଷୀ ଘରର ପୁଅ ନିଜ ଅମଳ ଧାନ ଘରକୁ ଆଣିବା ପରେ ପୂଜାର୍ଚ୍ଚନା କରି ସମସ୍ତେ ଏକାଠି ବସି ନବାନ୍ନ ଭକ୍ଷଣ କରିଛନ୍ତି। ନୂଆଖାଇ ଭେଟଘାଟରେ ସାନ ମାନେ ବଡ଼ ମାନଙ୍କୁ ମୁଣ୍ଡିଆ ମାରିବା ସହ ଆର୍ଶୀବାଦ ନେଇଛନ୍ତି । ଭାଇ ଚାରାର ଏହି ନିଆରା ପର୍ବ ନୂଆଁଖାଇରେ ନିଜ ପରିବାର ର ବନ୍ଧୁ ବାନ୍ଧବ ପରିବାର ସହ ସାମିଲ ହୋଇଛନ୍ତି l
