ସୁଭଦ୍ରା ଯୋଜନାରେ ସମସ୍ତ ମହିଳା ଉପକୃତ ହେବେ ତ ?

୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :->  ଓଡିଶା ରେ ପ୍ରଥମ ଥର ବିଜେପି ସରକାର ଗଠନ କରିଥିବାରୁ ପୂର୍ବରୁ କିଛି ଯୋଜନା ର ପରିବର୍ତ୍ତନ କରିବା ସଂଗେ ସଂଗେ ନୂତନ ଯୋଜନା ବି କରିବାକୁ ଆଗ୍ରହ ପ୍ରକାଶ କରୁଛି l ତତ୍କାଳୀନ ସରକାରଙ୍କ ସମୟରେ ଯଦିଓ ଗୁଡ଼ାଏ ଭୁତ ଓ ଦୁର୍ନୀତି ଗ୍ରସ୍ତ ଅଧିକାରୀ ଆଦି ଅନେକ କେଳେଙ୍କାରୀ ନେତାଙ୍କ ଦ୍ଵାରା ଭ୍ରଷ୍ଟାଚାର ବୃଦ୍ଧି ହୋଇଥିଲା l ଏବେ ମୋହନ ସରକାର ପୂର୍ବରୁ ଥିବା ଭୁତ ଓ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ଠିକଣା ଖୋଜୁଛି l ସେଥିପାଇଁ ଆଧାର କୁ ହିଁ ସାହାରା କରୁଛି l ଏବେ ରାଜ୍ୟ ସରକାରଙ୍କ ଅଧିନସ୍ତ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଆନୁକୁଲ୍ୟରେ ଚାଲିଥିବା ଯୋଜନା ଟି ସମସ୍ତ ଙ୍କ ମୁଣ୍ଡବ୍ୟଥା ର କାରଣ ପାଲଟିଛି ତାହା ହେଉଛି ସୁଭଦ୍ରା ଯୋଜନା l

ଆବେଦନ ପ୍ରକ୍ରିୟାକୁ ମୋବାଇଲ ର ଓ ଟି ପି ଓ ଫିଙ୍ଗର ପ୍ରିଣ୍ଟ ମାଧ୍ୟମରେ କରାଯିବା ଆବଶ୍ୟକ । ଯେଉଁ ମହିଳାମାନଙ୍କର ନବଜାତ ଠାରୁ ଛୋଟ ଛୋଟ ଶିଶୁ ଓ ଗର୍ଭବତୀ ମହିଳା ମାନେ କଣ ଅଙ୍ଗନବାଡି, ପୋଷ୍ଟାଲ, ବ୍ଲକ, ଜନ ସେବା ଓ ମୋ ସେବା କେନ୍ଦ୍ରକୁ ଯାଇ ଆବେଦନ କରିବା ସମ୍ଭବପର ହେଉନି । ଗର୍ଭବତୀ ମହିଳା ଓ ଜନ୍ମିତ ଛୋଟ ଶିଶୁ ପୁତ୍ର, କନ୍ୟାର ଜନନୀ ନିମନ୍ତେ ଆଧାର କାର୍ଡରେ ଥୂବା ମୋବାଇଲ ଓ ଟି ପି ମାଧ୍ଯମରେ ସୁଭଦ୍ରା ଯୋଜନା ପ୍ରକ୍ରିୟା ସରଳିକରଣ କରିବା ପାଇଁ

ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ରର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ପ୍ରଦାନ କରିବା କୁ ସାଧାରଣ ରେ ନିବେଦନ କରିଛନ୍ତି ଘରୁ ବାହାରି ପାରୁନଥିବା ମହିଳା ମାନେ l ରାସନ କାର୍ଡ ରେ ଇ କେ ୱା ସି ସଂଲଗ୍ନ କରିବାକୁ ଗାଁ କୁ ଗାଁ ଯାଇ ଉପଭୋକ୍ତା ଙ୍କ ଆଙ୍ଗୁଠି ଚି଼ହ୍ନ ନେଉଛନ୍ତି l ଠିକ ସେହିପରି ସୁଭଦ୍ରା ଯୋଜନା କୁ ବି ରଥ ଦ୍ଵାରା ସଚେତନ କରିବା ଅପେକ୍ଷା ଗାଁ କୁ ଗାଁ ଯାଇ ମହିଳାଙ୍କୁ ସହାୟତା କଲେ ହୁଏତ ଆଗାମୀ ଦିନରେ ସମଗ୍ର ମହିଳାଙ୍କ ପ୍ରିୟଭାଜନ ହୋଇପାରିବେ ମୋହନ ସରକାର ଓ ତାଙ୍କ ମନ୍ତ୍ରୀ ମଣ୍ଡଳ l

Exit mobile version