୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ପଶ୍ଚିମ-କେନ୍ଦ୍ର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର–ପଶ୍ଚିମ ବଙ୍ଗୋପସାଗର ରେ ଅବପାତ କ୍ଷେତ୍ର ସୃଷ୍ଟି ହୋଇଛି । ଫଳରେ ଏହା ଉତ୍ତର ଓଡିଶା, ପଶ୍ଚିମ ବଙ୍ଗ ଉପକୂଳରେ ଗତିଶୀଳ ହୋଇ ଆଗାମୀ ୨୪ଘଣ୍ଟାରେ ଗଭୀର ଅବପାତର ରୂପ ନେଇପାରେ । ଏହା ପୁରୀ ଏବଂ ଦିଘା ମଧ୍ୟରେ ଆସନ୍ତା କାଲି ୯ ତାରିଖ ରାତି ସୁଦ୍ଧା ଅତିକ୍ରମ କରିପାରେ । ଏହି ପରିପ୍ରେକ୍ଷୀରେ ଓଡିଶା ଉପକୂଳରେ ସମ୍ଭାବ୍ୟ ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ।
