୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବର ଚତୁର୍ଥ ସଂଧ୍ୟା
୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସୃଜନ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଆଜି ଥିଲା ଚତୁର୍ଥ ସଂଧ୍ୟା । ଏହି ଚତୁର୍ଥ ସଂଧ୍ୟାରେ ବିଶିଷ୍ଟ ସଙ୍ଗୀତଜ୍ଞ ଅମ୍ବି ଏବଂ ବିନ୍ଦୁ ସୁବ୍ରମଣ୍ୟମ୍ ଓ ତାଙ୍କର ଶୁବ୍ରମାନିଆ ମ୍ୟୁଜିକ୍ ଏନ୍ସେମ୍ବଲର ଏକ ଆକର୍ଷଣୀୟ ବାଦ୍ୟ ସଂଚାଳନ (ମ୍ୟୁଜିକାଲ୍ ଫ୍ୟୁଜନ୍) ଉପସ୍ଥାପିତ ହୋଇଥିଲା ।
