ଟିପିସିଓଡିଏଲ୍ ପକ୍ଷରୁ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ ୧ ଲକ୍ଷ ଆବାସିକ କୋଠାକୁ ସୌରଶକ୍ତି ଯୋଗାଣର ଲକ୍ଷ୍ୟ

 ସମସ୍ତ ଆବାସିକ ଉପଭୋକ୍ତାଙ୍କୁ କେନ୍ଦ୍ରୀୟ ଆର୍ଥକ ସହାୟତା ଏବଂ ସହଜ ଆର୍ଥକ ବିକଳ୍ପ

 ଗ୍ରୀନ୍ ସିଟି ମିଶନ ଅଧୀନରେ ଭୁବନେଶ୍ୱର ସହରବାସୀଙ୍କୁ ରାଜ୍ୟ ପକ୍ଷରୁ ସ୍ୱତନ୍ତ୍ର ସବସିଡି

 ଏହି ପଦକ୍ଷେପ ଦୀର୍ଘସ୍ଥାୟୀ ଶକ୍ତିକୁ ପ୍ରୋତ୍ସାହିତ କରିବା ସହ କାର୍ବନ ଫୁଟପ୍ରିଂଟ୍ ହ୍ରାସ କରିବ

୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :->  ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଏହାର ସେବା କ୍ଷେତ୍ରରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସ୍ତରୀୟ ଏଜେନ୍ସି ଭାବେ ମନୋନୀତ ହୋଇଛି । ଏଥିରେ ଆବାସିକ ଉପଭୋକ୍ତାଙ୍କ ପାଇଁ ଏକ ଲକ୍ଷ ଛାତ ଉପରେ ସୌର ଶକ୍ତି ବ୍ୟବସ୍ଥା ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ଦ୍ୱାରା ବିତରଣ ଉତ୍ପାଦନ ମୋଡରେ ୩୦୦ ମେଗାୱାଟ ସୌର ଶକ୍ତି ଯୋଡ଼ିବା ସହିତ ବାର୍ଷିକ ୪.୫ ଲକ୍ଷ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ । ରୁଫଟପ୍ ସୋଲାର ପାୱାର ପ୍ଲାଂଟ୍ ସ୍ଥାପନ ପାଇଁ ଗ୍ରାହକମାନେ ୩ କିଲୋୱାଟ୍‌ ପାଇଁ ୭୮,୦୦୦ ଟଙ୍କା ପର୍ଯ୍ୟନ୍ତ କେନ୍ଦ୍ରୀୟ ଆର୍ଥକ ସହାୟତା ପାଇପାରିବେ । ଗ୍ରୀନ୍‌ ସିଟି ମିଶନ ଅଧୀନରେ ଭୁବନେଶ୍ୱର ସହରବାସୀ ପ୍ରତି କିଲୋୱାଟ୍ କ୍ଷମତା ପିଛା ୨୦,୦୦୦ ଟଙ୍କା ହିସାବରେ ଅତିରିକ୍ତ ଭାବେ ରାଜ୍ୟ ପକ୍ଷରୁ ସବସିଡି ମଧ୍ୟ ପାଇପାରିବେ ।

୭% ସୁଧରେ ଏବଂ ୧୨୦ ମାସର ଅବଧି ସହିତ କୌଣସି ପ୍ରି-ପେମେଂଟ ଜରିମାନା ବିନା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଫାଇନାନ୍ସ ଉପଲବ୍ଧ । ଆବାସିକ କଲ୍ୟାଣ ସଂଘ/ଗ୍ରୁପ୍ ହାଉସିଂ ସୋସାଇଟିଗୁଡ଼ିକ ପରିବାର ପିଛା ୩ କିଲୋୱାଟ୍ ଉପଯୋଗିତା ପୂରଣ କରିବା ପାଇଁ ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ କରିପାରିବେ ଏବଂ କିଲୋୱାଟ୍ ପିଛା ୧୮,୦୦୦ ଟଙ୍କା ହିସାବରେ କେନ୍ଦ୍ରୀୟ ସବସିଡି ପାଇପାରିବେ । ନେଟ୍ ମିଟରିଂ ନିୟମାବଳୀ ଅନୁଯାୟୀ ଆରଡବ୍ଲୁଏ/ ଜିଏଚ୍‌ଏସ୍ ପାଇଁ ସର୍ବାଧିକ କ୍ଷମତା ୫୦୦ କିଲୋୱାଟ ମଧ୍ୟରେ ସୀମିତ । ଏହି ଯୋଜନାକୁ ଗ୍ରହଣ କରୁଥିବା ଗ୍ରାହକମାନେ ସେମାନଙ୍କର ଗ୍ରିଡ୍ ପାୱାର ବ୍ୟବହାର ପ୍ରତି କିଲୋୱାଟ ପିଛା ସ୍ଥାପିତ କ୍ଷମତାରେ ପ୍ରାୟ ୧୨୦୦ ୟୁନିଟ୍ ପର୍ଯ୍ୟନ୍ତ ହ୍ରାସ କରିପାରିବେ ଏବଂ ଏଥି ସହିତ ଗ୍ଲୋବାଲ ୱାର୍ମିଂ, ଜଳବାୟୁ ପରିବର୍ତନ ଏବଂ ଦୀର୍ଘସ୍ଥାୟୀ ବିକାଶରେ ଯୋଗଦାନ କରିପାରିବେ ।

ଆଗ୍ରହୀ ଗ୍ରାହକମାନେ ପଞ୍ଜୀକରଣ, ଆବେଦନ ଦାଖଲ, ଭେଣ୍ଡର ଚୟନ ଏବଂ ପ୍ରକ୍ରିୟା ଉପରେ ମାର୍ଗଦର୍ଶିକା ପାଇଁ www.pmsuryaghar.gov.in ରେ ଲଗ୍ ଇନ୍‌ କରିପାରିବେ । ଟିପିସିଓଡିଏଲ୍ ଅନୁମୋଦିତ ସିଷ୍ଟମ୍ / ଯନ୍ତ୍ରାଂଶ ଯୋଗାଣ ସମେତ ଗ୍ରାହକଙ୍କୁ ଏହାର ସ୍ଥାପନା ପାଇଁ ସହାୟତା ପ୍ରଦାନ କରିବାକୁ ୭୫ ଜଣ ଭେଣ୍ଡରଙ୍କୁ ନିୟୋଜିତ କରାଯାଇଛି । ଟିପିସିଓଡିଏଲ୍ ଗ୍ରିଡ୍‌କୁ ସଂଯୋଗ କରିବା ପୂର୍ବରୁ ପ୍ରତ୍ୟେକ ବ୍ୟବସ୍ଥାକୁ ଯାଂଚ ଏବଂ ସାର୍ଟିଫାଏ କରିବ । ଟିପିସିଓଡିଏଲର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ-ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ସମଗ୍ର କେନ୍ଦ୍ରୀୟ ଓଡ଼ିଶାରେ ଦୀର୍ଘସ୍ଥାୟୀ ଶକ୍ତି ସମାଧାନକୁ ପ୍ରୋତ୍ସାହିତ କରିବା ପାଇଁ ଆମକୁ ସାହାଯ୍ୟ କରିବ ।

ସ୍ୱଚ୍ଛ, ଅକ୍ଷୟ ଶକ୍ତି ବିକଳ୍ପ ପ୍ରଦାନ କରି ଏହି ପଦକ୍ଷେପ ପରିବାର ଉପରେ ଆର୍ôଥକ ବୋଝକୁ ହ୍ରାସ କରିବା ସହିତ ଆମ ଉପଭୋକ୍ତାଙ୍କ ପାଇଁ ଏକ ପରିବେଶ ଉପଯୋଗୀ ଜୀବନଶୈଳୀ ପ୍ରଦାନ କରିବ । ସହଜ ଆର୍ଥକ ବିକଳ୍ପ ଏବଂ ଉପଭୋକ୍ତାଙ୍କ ସମର୍ଥନ ସହିତ ଆମେ ସୌର ଶକ୍ତିର ବ୍ୟବହାରକୁ ପ୍ରୋସ୍ଚାହିତ କରିବାକୁ ଲକ୍ଷ୍ୟ ରଖିଛୁ । ସୋଲାର ପ୍ୟାନେଲ ସ୍ଥାପନ କରିବାରେ ଉପଭୋକ୍ତାଙ୍କୁ ଯେଭଳି କୌଣସି ଅସୁବିଧା ନହେବ ତାହା ସୁନିଶ୍ଚିତ କରିବା ସହିତ ଏହି କାର୍ଯ୍ୟକ୍ରମର ପ୍ରତ୍ୟେକ ଅଂଶଗ୍ରହଣକାରୀ କିପରି ଏକ ସବୁଜ, ଦୀର୍ଘସ୍ଥାୟୀ ଭବିଷ୍ୟତରେ ସକ୍ରିୟ ଭାବରେ ଯୋଗଦାନ କରିପାରିବେ ସେଥିପାଇଁ ଆମେ ପ୍ରତିଶୃତିବଦ୍ଧ ।’’

Exit mobile version