୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ୍ ର ଗ୍ରାମ ଗୁଡିକରେ ଥିବା ବିଭିନ୍ନ କ୍ଳବ୍ ଦ୍ଵାରା ଜ୍ଞାନଦାତା, ଶକ୍ତିଦାତା,ସୁଖ ଶାନ୍ତି ପ୍ରଦାୟକ,ବିଘ୍ନ ବିନାଶକ,ଗଣଙ୍କର ପତି ଏବଂ ଅଗ୍ରପୂଜ୍ୟ ଶ୍ରୀ ଗଣେଶ ଙ୍କ ପୂଜା ଉତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗ୍ରପୂଜ୍ୟ ଙ୍କ ପୂଜା ଉତ୍ସବ ଉପଲକ୍ଷେ ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଗ୍ରାମପଞ୍ଚାୟତ ଖାଲମଡା ଗ୍ରାମ ସତ୍ୟନାରାୟଣ ଯୁବକ ସଂଘ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଅଗ୍ରପୂଜ୍ୟ ଙ୍କ ଆଶ୍ରୀବାଦ ନେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ।

