୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ପବିତ୍ର ନୂଆଁଖାଇ ଶୁଭ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କରକମଳରେ ସି.ଏମ-କିଷାନ ସହାୟତା ରାଶି ପ୍ରଦାନ କରାଯାଇଅଛି । ରବିବାର ଦିନ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ସି.ଏମ-କିଷାନ କାର୍ଯ୍ୟକ୍ରମ ସ୍ଥାନୀୟ ଓଶ୍ଵାନ ହଲ ଠାରେ ଅନୁଷ୍ଠିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନନୀୟ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗ, ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗଦାନ କରିଥିଲେ ଏବଂ ଜିଲ୍ଲାପାଳ ମୟୂରଭଞ୍ଜ, ଶ୍ରୀ ହେମକାନ୍ତ ସୟ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
