୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞଦେଓ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ପ୍ରାଚୀର ପତ୍ର ଭଞ୍ଜଶ୍ରୀ’ର ନବବର୍ଷ ପ୍ରଥମ ସଂଖ୍ୟା ଗଜାନନ ବିଶେଷାଙ୍କ ଗଣେଶ ପୂଜା ଅବସରରେ ବିଭାଗ ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ରଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି. ଏହି ବିଶେଷାଙ୍କର ସଂପାଦକ ସହକାରୀ ପ୍ରଫେସର ଶିଶିର ବେହେରା ଥିବାବେଳେ ଉପଦେଷ୍ଟା ଭାବରେ ବିଭାଗ ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ର ରହିଛନ୍ତି. ସେହିପରି ସହ-ସଂପାଦିକା ଭାବରେ ଦ୍ଵିତୀୟ ବର୍ଷର ଛାତ୍ରୀ ସରିତା ପତି ଓ ଶୁଭସ୍ମିତା ସେନାପତି ରହିଛନ୍ତି.
