୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଚିଲିକା ବ୍ଲକ କୁମାଣ୍ଡଳ ପାଟଣା ପଞ୍ଚାୟତସ୍ଥିତ ସରଳ ସିଂହ ଗ୍ରାମର ବିଶିଷ୍ଟ ସମାଜସେବୀ ରବି ନାରାୟଣ ପ୍ରସାଦ ନାୟକଙ୍କ ଦ୍ଵାଦଶାହ ଉପଲକ୍ଷେ ସ୍ମୃତି ଚାରଣ ସଭା ନିଜ ବାସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସାହିତ୍ୟ ସଂସ୍କୃତି ଓ ସାମାଜିକ କ୍ଷେତ୍ରରେ ନାଚୁଣୀର ଏକ ଅଗ୍ରଣୀ ଅନୁଷ୍ଠାନ ଜାଗୃତିକା ପରିବାର ତରଫରୁ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ କଳୀଜାଇ କଲେଜର ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ପ୍ରଧାନ ଅଧ୍ୟକ୍ଷତା କରିଥିଲେ।

