Home ଓଡ଼ିଶା ଜରାଜୀର୍ଣ୍ଣ ଅବସ୍ଥାରେ ପର୍ଯ୍ୟଟନ ଭବନ : ନିଜର ଆସ୍ତିତ୍ବ ପାଇଁ ସଂଘର୍ଷ କରୁଛି – ପର୍ଯ୍ୟଟକ ଶିଳ୍ପ ପ୍ରତି ଅଣଦେଖା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :-> ଯାଜପୁର ଜିଲା ର ପ୍ରସିଦ୍ଧ ବୈଦ୍ଧିକ ପର୍ଯ୍ୟଟନ କ୍ଷେତ୍ର ଭାବେ ଆନ୍ତର୍ଜାତିକ ସ୍ତରରେ ଉଦୟ ଗିରି ଓ ରତ୍ନଗିରି ର ବେସ ନା ରହିଛି । ଏଥି ସହିତ କଟକ ଜିଲା ର ଲଳିତ ଗିରି କୁ ନେଇ ହୀରକ ତ୍ରିଭୁଜ ଭାବେ ଖ୍ୟାତି ଲାଭ କରିଛି। ତ୍ରିକୋଣ ଭୂମି ଉପରେ ରହିଥିବାରୁ ଏହାକୁ ହୀରକ ତ୍ରିଭୁଜ କୁହାଯାଏ। ଦେଶ ବିଦେଶ ର ବହୁ ପର୍ଯ୍ୟଟକ ବର୍ଷ ସାରା ଆସିଥାନ୍ତି। ପର୍ଯ୍ୟଟକ ମାନଙ୍କ ରହଣୀ ପାଇଁ ଯାଜପୁର ଜିଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ପତରାଜ ପୁର ଠାରେ ଜାତୀୟ ରାଜପଥ ୫୩ ନଂ କଡରେ ନିର୍ମାଣ ହୋଇଥିଲା ପର୍ଯ୍ୟଟନ ଭବନ। ପତରାଜ ପୁର ଠାରେ ଦୁଇ ଗୋଟି ଭବନ ଯଥା ତୋଷାଳୀ ଓ ନିର୍ବାଣ ନିର୍ମାଣ କରାଯାଉଥିଲା। ବୌଦ୍ଧ ପୀଠ କୁ ଆସୁଥିବା ଥିବା ପର୍ଯ୍ୟଟକ ମାନେ ଏଠାରେ ରହିଥାନ୍ତି। ଏବେ ଏହି ଦୁଇଟି ଭବନ ନିଜର ଆସ୍ତିତ୍ବ ପାଇଁ ସଂଘର୍ଷ କରୁଥିବା ପରି ଲାଗୁଛି। ଓ ଭୂତକୋଠୀ ପାଲଟିଛି।୩ ଏକର ପରିମିତ ଜମି ଉପରେ ନିର୍ମାଣ ହୋଇଥିବା ନିର୍ବାଣ ଓ ତୋଷାଳୀ ଭାଙ୍ଗି ଛାରଖାର ହୋଇ ଯାଇଛି। କୋଟି କୋଟି ଟଙ୍କା ବ୍ୟୟରେ ଏହି ଦୁଇ ଗୋଟି ପର୍ଯ୍ୟଟକ ଭବନ ଅବସ୍ଥା କହିଲେ ନସରେ।ଉଦୟଗିରି ଠାରେ ୩ ଥର ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି ସମ୍ମିଳନୀ କୁ ଆସିଥିବା ପର୍ଯ୍ୟଟକ ମାନେ ପତରାଜ ପୁର ଠାରେ ଥିବା ତୋଷାଳୀ ଭବନ ରେ ରାତ୍ରୀ ଯାପନ କରିବା ସହ ସେମିନାର କରୁଥିଲେ।୨୦୧୨ ମସିହାରେ ନିର୍ମାଣ ଶେଷ ହେବା ପରେ ଦୀର୍ଘ ୭ ବର୍ଷ ଚାଲିବା ପରେ ୨୦୧୯ ମସିହା ରୁ ଏହା ତାଲା ପଡି ରହିଛି। ଦ୍ୱିତଳ ବିଶିଷ୍ଟ୍ ଏହି ଅତିଥି ଭବନ ରେ ରହିବା, ଖାଇବା ଓ ସମ୍ମିଳନୀ କକ୍ଷ ସହିତ ସମସ୍ତ ସୁବିଧା ଉପଲବ୍ଧ ରହିଥିଲା। ଦୀର୍ଘ ୫ ବର୍ଷ ହେବ ଏହା ବନ୍ଦ ହୋଇ ପଡିବା ଯୋଗୁ ଭୂତ କୋଠି ପାଲଟିବା ସହ ଭବନ ପରିସର ରୁ ସମସ୍ତ ଜିନିଷ ଚୋରୀ ହୋଇ ଗଲାଣି। ସେହିଭଳି ଏହା ପାଖରେ ରହିଥିବା ନିର୍ବାଣ ଇନ ନାମକ ପର୍ଯ୍ୟଟନ ଭବନ ୨୦୦୨ ମସିହାରେ ଉଦଘାଟିତ ହୋଇଥିଲା। ପର୍ଯ୍ୟଟନ ବିଭାଗ ଦ୍ଵାରା ନିର୍ମାଣ ହୋଇଥିବା ଏହି ନିର୍ବାଣ ପର୍ଯ୍ୟଟନ ଭବନ କୁ ତତ୍କାଳୀନ ଓଡିଶା ର ବାଚସ୍ପତି ଶର ଯେପର ଏହି ଅତିଥି ଭବନର ବାପ ମା ଛେଉଣ୍ଡ ପିଲା ପରି ନିଜର ଆସ୍ତିତ୍ବ ପାଇଁ ସଂଘର୍ଷ କରୁଛନ୍ତି। ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ପୂର୍ଣ୍ଣ ହୀରକ ତ୍ରିଭୁଜ ପରିଦର୍ଶନ ରେ ଆସୁଥିବା ପର୍ଯ୍ୟଟକ ମାନଙ୍କ ରହଣୀ ନିମନ୍ତେ ଆଉ ସେଭଳି କୌଣସି ପାନ୍ଥଶାଳା ନାହିଁ। ପର୍ଯ୍ୟଟନ ଶିଳ୍ପ ପାଇଁ ପର୍ଯ୍ୟଟକ ମାନଙ୍କ ସୁବିଧା ନିମନ୍ତେ ହେଇଥିବା ପର୍ଯ୍ୟଟନ କେନ୍ଦ୍ର ବା ଅତିଥି ଭବନ ର ଅବସ୍ଥା ଏପରି ରହିଲେ କିପରି ପର୍ଯ୍ୟଟନ ଶିଳ୍ପ ର ବିକାଶ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହାର ପୁନରୁଦ୍ଧାର କଲେ ପର୍ଯ୍ୟଟନ କ୍ଷେତ୍ର ପ୍ରତି ପର୍ଯ୍ୟଟକ ଙ୍କ ଆକର୍ଷଣ ବୃଦ୍ଧି ହେବ ବୋଲି ସ୍ଥାନୀୟ ଅଞ୍ଚଳ ବାସି ଦାବୀ କରିଛନ୍ତି। Categories: ଓଡ଼ିଶା, କଟକ, ଯାଜପୁର, ହୋମ୍ Related Content ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ଉଦୀୟମାନ ଫଟୋ ଗ୍ରାଫର ବୁଲୁ ଭୁବନେଶ୍ୱରରେ ସମ୍ମାନିତ by Proprietor Abhimanyu Maharana August 22, 2026 ଆଗକୁ ରାକ୍ଷୀପୂର୍ଣ୍ଣିମା : ଡିଜାଟାଲ୍ ଯୁଗରେ ବି ଲୋକଙ୍କ ଭରସା ପାଲଟିଛି ଭାରତୀୟ ଡାକସେବା - ଫେନସି ରାକ୍ଷୀ ର ଚାହିଦା ବେଶୀ by Proprietor Abhimanyu Maharana August 22, 2026 ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana August 22, 2026 ଷ୍ଟଲୱାର୍ଟ ଆଟମୋସ୍ପିୟର ପ୍ରକଳ୍ପର ଶୁଭାରମ୍ଭ by Proprietor Abhimanyu Maharana August 22, 2026 ଦାରିଙ୍ଗବାଡି ସରପଞ୍ଚଙ୍କ ପଦଚ୍ୟୁତ କଲେ କନ୍ଧମାଳ ଜିଲ୍ଲାପାଳ by Proprietor Abhimanyu Maharana August 22, 2026 ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସ୍ଯାଣ୍ଡ ଆନିମେସନରେ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana August 22, 2026