ବିଶିଷ୍ଟ କମ୍ୟୁନିଷ୍ଟ ନେତା ବିଜୟରାମ ମୁଖୀଙ୍କ ଦେହାନ୍ତ

୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :->  ନିମାପଡ଼ା ର ବର୍ଷୀୟାନ ତଥା ବିଶିଷ୍ଟ କମ୍ୟୁନିଷ୍ଟ ପାର୍ଟି ର ଜଣେ ତୁଙ୍ଗ ନେତା ବିଜୟରାମ ମୁଖୀଙ୍କ ଗତକାଲି ସକାଳ ୮.୩୦ମି, ରେ ହାଇଟେକ୍ ମେଡିକାଲ୍ ରେ ପରଲୋକ ହୋଇଥିଲା । ସେ ସ୍ଵାସ ଓ ଗଳା ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ।ସେ ଜଣେ ପର ଉପକାରୀ ସହିତ ସମାଜସେବା ରେ ରୁଚି ରଖିଥିଲେ । ସେ ଜଣେ ସାମ୍ୟବାଦୀ ଚିନ୍ତାଧାରାର ମଣିଷ ଥିଲେ । ୭୦ ଦଶକରେ ୪୦ ବର୍ଷ ଧରି ଜଣେ ଯାତ୍ରା ନିର୍ଦ୍ଦେଶକ ଓ କଳାକାର ଥିଲେ ସେ ସେ ଅଞ୍ଚଳର ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ।

ବହୁ ଅନୁଷ୍ଠାନ ତରଫରୁ ସେ ମଧ୍ୟ ସମ୍ମାନୀତ ହୋଇଛନ୍ତି । ଦିବଙ୍ଗତ ବିଜୟରାମ ଙ୍କ ମୃତ୍ୟୁ ଖବର ଶୁଣିବା ପରେ ନିଜ ଗାଁ ଡିହବାରୀ ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି ସାରା ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଅଛି । ଏବଂ ନିମାପଡ଼ା ମାଟି ଜଣେ ଦିବଙ୍ଗତ ନେତାକୁ ହରାଇଛି । ତାଙ୍କ ସ୍ଥାନ କେହି ନେଇପାରିବେ ନାହିଁ।କି ସେ ଶୂନ୍ୟସ୍ଥାନ କେବେବି ପୂରଣ ହୋଇପାରିବ ନାହିଁ l

Exit mobile version