ଗୁରୁ କୈଳାଶ ଚନ୍ଦ୍ର ପ୍ରାଣୀଗ୍ରାହୀ ଙ୍କୁ ପୂଜନ କଲେ ଡି ଏଭର ଗ୍ରୀନ ସଦସ୍ୟ

୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ  :-> ଗୁରୁ ଦିବସ ଅବସରରେ ଆଜି ସ୍ଥାନୀୟ କରନେସନ ପଡିଆ ଠାରେ ଡି ଏଭର ଗ୍ରୀନ ପ୍ରତାପ ଭ୍ରମଣ ଗ୍ରୁପ ଦ୍ୱାରା ଶିକ୍ଷକ କୈଳାଶ ଚନ୍ଦ୍ର ପ୍ରାଣୀଗ୍ରାହୀ ଙ୍କୁ ପୂଜନ କରାଯାଇଥିଲା l ସମସ୍ତ ସଦସ୍ୟ ସାର ଙ୍କୁ ପୁଷ୍ପ ଅର୍ପଣ କରିବାସହ ଦୀପ ଧୂପ ଦେଇ ପୂଜନ କରିଥିଲେ l ଏହା ସହ ଉପଢୌକନ ଦେଇ ସଂମାନିତ କରିଥିଲେ l

ଅଶିତ କୁମାର ପଣ୍ଡା, ଡ. ନାରାୟଣ ସୁବୁଦ୍ଧି, ରାମ ନାରାୟଣ ପାତ୍ର, ସୂର୍ଯ୍ୟ ନାରାୟଣ ରାଉତ, କାହ୍ନୁ ଚରଣ ପାତ୍ର,ଶିଶିର କୁମାର ଦାଶ, ଡମ୍ବରୁ ଧର ସାହୁ, ପ୍ରଦୀପ ନାୟକ, ଆନନ୍ଦ କୁମାର, ଆଶିଷ କୁମାର ମିଶ୍ର, ଅନାଦି ଚରଣ ଙ୍କ ଶତାଧିକ ସଭ୍ୟ ଏହି କାର୍ଯ୍ୟକର୍ମରେ ଯୋଗଦେଇ ଗୁରୁଙ୍କୁ ପୂଜନ କରିଥିଲେ l ଏହା ସହିତ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ସୁରୁଜୀ ଓ ଗୁରୁ ମା ମାନଙ୍କୁ ପୂଜନ କରିବା ସହ ଆର୍ଶୀବାଦ ନେଇଥିଲେ l

Exit mobile version